ପଶ୍ଚିମବଙ୍ଗର କାଳିଆଗଞ୍ଜରେ ନାଟ୍ୟଚକ୍ର କଳାକାରଙ୍କ କମାଲ

0 108

ସୁବର୍ଣ୍ଣପୁର: ଜିଲ୍ଲାର ଅଗ୍ରଣୀ ନାଟ୍ୟ ଓ ନୃତ୍ୟ ଅନୁଷ୍ଠାନ ନାଟ୍ୟଚକ୍ର ପକ୍ଷରୁ ସୁଦୁର ପଶ୍ଚିମବଙ୍ଗ ରାଜ୍ୟର ଉତ୍ତର ଦିନାଜପୁର ଜିଲ୍ଲାର କାଲିଆଗଞ୍ଜ ସହରରେ ସମ୍ବଲପୁରୀ ନାଟକ ଧୁରକୁନି ଓ ପ୍ରସିଦ୍ଧ ଷୋଳସୁଆଙ୍ଗ ଦଣ୍ଡ ନୃତ୍ୟର ଶବର ଶବରେନ ନୃତ୍ୟ ପରିବେଷଣ କରି ବେଶ୍‌ ଉଚ୍ଚ ପ୍ରଶଂଶିତ ହୋଇଛନ୍ତି । ଗତ ୨୧ ତାରିଖରେ ପଶ୍ଚିମ ବଙ୍ଗର କାଳିଆଗଞ୍ଜ ସହରର ସୁଚେତା କଲ୍ୟାଣ ମଣ୍ଡପରେ ସ୍ୱାଧିନତାର ଅମୃତ ମହୋତ୍ସବ ଅବସରରେ ଆୟୋଜିତ ସଂଙ୍ଗୀତ ନାଟକ ଉତ୍ସବରେ ନାଟ୍ୟଚକ୍ର ପକ୍ଷରୁ ନାଟ୍ୟଶ୍ରୀ ଗଦାଧର ବାରିକଙ୍କ ନିର୍ଦ୍ଦେଶନାରେ ପଶ୍ଚିମଓଡିଶାର ପ୍ରସିଦ୍ଧ ଷୋଳସୁଆଙ୍ଗ ଦଣ୍ଡନୃତ୍ୟର ଶବର ଶବରେନ ନୃତ୍ୟ ଓ ସମ୍ବଲପୁରି ନାଟକ ଧୁରକୁନି ପରିବେଷଣ କରି କାଳିଆଗଞ୍ଜ ସହର ରେ ବେଶ ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ପଶ୍ଚିମବଙ୍ଗ ରାଜ୍ୟରେ ଆମର ଲୋକ ଭାଷା ଓ ଲୋକ ସଂସ୍କୃତିକୁ ଭଲଭାବରେ ବୁଝିପାରୁନଥିଲେ ମଧ୍ୟ ନାଟକ ଧୁରକୁନିର ପ୍ରତ୍ୟେକ ଚରିତ୍ର ଆବେଗପୂର୍ଣ୍ଣ ଓ ଜୀବନ୍ତ ହୋଇଉଠି ଥିବାବେଳେ ଦର୍ଶକ କିଛି ସମୟ ପାଇଁ ସ୍ତବ୍ଧ ଓ ଭାବୁକ ହୋଇପଡିଥିଲେ । ପୂର୍ବରୁ ମଧ୍ୟ ନାଟ୍ୟଚକ୍ର ଅନୁଷ୍ଠାନ ଭାରତର ବିଭିନ୍ନ ପ୍ରାନ୍ତରେ ନିଜର କଳାପ୍ରଦର୍ଶନ କରି ବେଶ ପ୍ରସିଦ୍ଧି ପାଇଥିବାର ନଜିର ରହିଛି ।

hiranchal ad1
Leave A Reply

Your email address will not be published.

nineteen − one =