ସୋନପୁର ପୋଲିସକୁ ଆଉ ଏକ ସଫଳତା : ହିରୋ ହାତୀ ମର୍ଡ଼ର କେସରେ ୪ ଅଭିଯୁକ୍ତ ଗିରଫ

0 231

ସୁବର୍ଣ୍ଣପୁର: ଗତ ୧୪ତାରିଖରେ ସୁବର୍ଣ୍ଣପୁର ଜିଲ୍ଲା ବାରପାହାଡ ଜଙ୍ଗଲରେ ମିଳିଥିବା ଏକ ଗଳିତ ମୃତଦେହ ରହସ୍ୟର ପର୍ଦ୍ଦାଫାସ କରିଛି ସୁବର୍ଣ୍ଣପୁର ଜିଲ୍ଲା ପୋଲିସ । ତରଭା ବ୍ଲକ ଅନ୍ତର୍ଗତ ମେଣ୍ଡା ଗ୍ରାମର ୪୮ବର୍ଷିୟ ଯୁବକ ହିରୋ ହାତୀ ଗତ ୧୧ ତାରିଖରୁ ନିଖୋଜ ଥିବା ବେଳେ ୧୪ତାରିଖ ଦିନ ବାରପାହାଡ ଜଙ୍ଗଲରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ସେତେବେଳେ ମୃତଦେହଟି ପଚି ସଢି ଯାଇଥିବା ବେଳେ ଅନେକ ସ୍ଥାନରେ କ୍ଷତ ଚିହ୍ନ ଥିଲା ପରେ ସ୍ଥାନୀୟ ପୋଲିସ ଶବକୁ ଜବତ କରି ଅନୁସନ୍ଧାନ ଆରମ୍ଭ କରିଥିଲା । ଆଜି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ତାଙ୍କ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯେ ଏହା ଏକ ହତ୍ୟାକାଣ୍ଡ ଥିଲା । ଗତ ୧୧ତାରିଖ ରାତିରେ ହିରୋ ହାତୀ ବାରପାହାଡ ଜଙ୍ଗଲରେ ଇଟା ଗଢୁଥିବା ମକରଧ୍ୱଜ ମଲ୍ଲିକଙ୍କ କୁଡିଆ ଘରକୁ ପଶିଥିଲେ । ମକରଧ୍ୱଜ ତାଙ୍କୁ ଚାଲିଯିବାକୁ କହିଥିଲେ ମଧ୍ୟ ହିରୋ ସେଠାରୁ ନ ଯିବାରୁ ମକରଧ୍ୱଜଙ୍କ ସାଙ୍ଗରେ ଶୋଇଥିବା ଅନନ୍ତ ରଣା, ସଚିତାନନ୍ଦ ମଲ୍ଲିକ ତାଙ୍କୁ ଟାଙ୍ଗିଆରେ ମାଡ ମାରିଥିଲେ ଫଳରେ ହିରୋଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ପରେ ପରେ ଏହି ତିନିଜଣ ତାଙ୍କ ପାଖରେ ଥିବା ସୁଧିର ବଡକୁଲଙ୍କୁ ଧରି ମୃତଦେହକୁ ନେଇ ୬ଶହ ମିଟର ଦୂରରେ ଥିବା ଜଙ୍ଗଲର ଏକ ନିଛାଟିଆ ସ୍ଥାନରେ ଫୋପାଡି ଦେଇଥିଲେ । ପରେ ପରେ ପୋଲିସ ଏହି ଘଟଣାର ଅନୁସନ୍ଧାନ କରି ହତ୍ୟା କରିଥିବା ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ପୋଲିସ ଏହି ଘଟଣାକୁ ଗୁରୁତର ସହ ନେଇ ସାଇଣ୍ଟିଫିକ ଟିମର ସହାୟତାରେ ଏହି ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ କରିବାରେ ସଫଳ ହୋଇଥିବା କହିଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ । ଏହି ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ପୁଷ୍ପାଞ୍ଜଳି ନିଙ୍ଗୀ ଓ ତଦନ୍ତ କାରୀ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

4 × 3 =