ସୁବର୍ଣ୍ଣପୁର କଲେଜ ଆକାଉଣ୍ଟରୁ ୭୦ଲକ୍ଷ ଗାଏବ ଘଟଣା, ୪ ଜଣଙ୍କୁ ଗିରଫ କଲା ସୁବର୍ଣ୍ଣପୁର ପୋଲିସ

0 113

ସୁବର୍ଣ୍ଣପୁର: ସୋନପୁର କଲେଜର ଆକାଉଣ୍ଟରୁ ୭୦ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜାଲଚେକ୍‌ ମାଧ୍ୟମରେ ଉଠାଇନେବା ଅଭିଯୋଗରେ ସୋନପୁର ପୋଲିସ ପଶ୍ଚିମବଙ୍ଗର କୋଚ ବିହାରରୁ ୪ ଜଣ ଅଭିଯୁକ୍ତକୁ ଗିରଫ କରିବା ସହ ୧୮ ଲକ୍ଷ ୯୮ ହଜାର ୫୦୭ ଟଙ୍କା ଥିବା ଆକାଉଣ୍ଟକୁ ଫ୍ରିଜ କରିଥିବା ଜଣାପଡିଛି । ଏନେଇ ଏକ ସାମ୍ବାଦିକ ସମ୍ମୀଳନିରେ ସୂଚନା ଦେଇଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା । ପୋଲିସର ସୂଚନା ଅନୁସାରେ ଗତ ଜୁନ ୬ ତାରିଖରେ ବ୍ୟାଙ୍କ ଅଫ ବରୋଦାରେ ଥିବା ସୋନପୁର କଲେଜର ଏକାଉଣ୍ଟରୁ ୭୦ ଲକ୍ଷ ୪୨ ହଜାର ୯ ଶହ ଟଙ୍କା ଏକ ଚେକ ମାଧ୍ୟମରେ ଟ୍ରାନ୍ସଫର ହୋଇଥିଲା । ଏନେଇ କଲେଜ ଅଧ୍ୟକ୍ଷ ରାଜୀବଲୋଚନ ଆଚାର୍ଯ୍ୟ ୧୦ ତାରିଖରେ ସୋନପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହାକୁ ନେଇ ସୋନପୁର ପୋଲିସ ତତ୍ପରତା ପ୍ରକାଶ କରି ଘଟଣାକୁ ଗୁରୁତର ସହ ନେଇ ତନା ଘନା ଆରମ୍ଭ କରିଥିଲା । ଘଟଣାକୁ ନେଇ ଏକ ଦଳ ଗଠନ କରି ପୋଲିସ ତଦନ୍ତ ଚଳାଇଥିବେଳେ ଏବେ ପଶ୍ଚିମବଙ୍ଗର କୋଚବିହାରରୁ ୪ ଜଣ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ସେମାନଙ୍କଠାରୁ ୪ ଟି ମୋବାଇଲ ଫୋନ, ୨ଟି ଏଟିଏମ କାର୍ଡ, ୩ଟି କ୍ରେଡିଟ କାର୍ଡ, ପାନ କାର୍ଡ ଏବଂ ଆଧାରକାର୍ଡକୁ ଜବତ କରିଛି ପୋଲିସ । ଅଭିଯୁକ୍ତମାନେ ହେଲେ ସବୁଜ ଘୋଷ, ସୁବାଶ ଦାସ, ବିଉଟି ଦାସ ଏବଂ ଦ୍ରୌପତି ଦେ ସରକାର । ସମସ୍ତେ କୋଚ ବିହାରର ବୋଲି ସୂଚନା ଦେଇଛନ୍ତି ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା । ଅଭିଯୁକ୍ତ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।ଏହି ସାମ୍ବାଦିକ ମମ୍ମିଳନୀରେ ଏସପିଙ୍କ ସମେତ ଏସଡିପିଓ ପୁଷ୍ପାଞ୍ଜଳି ନିଙ୍ଗୀ, ସଦର ଆଇଆଇସି କୃଷ୍ଣ ଚନ୍ଦ୍ର ମେହେର ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

6 − two =