ଓଡ଼ିଶାରେ ବାତ୍ୟା ହେବ କି ନାହିଁ ତାହା ଜଣାପଡ଼ିନି: ଏସଆରସି

0 54

ଭୁବନେଶ୍ୱର: ଓଡ଼ିଶାରେ ବାତ୍ୟା ହେବ କି ନାହିଁ ତାହା ଜଣାପଡ଼ିନି । ସମ୍ଭାବ୍ୟ ଲଘୁଚାପ ମଧ୍ୟ ଅବପାତରେ ରୂପାନ୍ତରିତ ହୋଇ ବାତ୍ୟାର ରୂପ ନେବ କି ନାହିଁ ତାହା ବି ଜଣାନାହିଁ । ଆସନ୍ତାକାଲି ସୁଦ୍ଧା ବାତ୍ୟାର ସ୍ପଷ୍ଟ ଚିତ୍ର ଆମକୁ ଭାରତୀୟ ପାଣିପାଗ ବିଭାଗ ଦେବ ବୋଲି ଅନୁମାନ କରାଯାଉଛି। ତଥାପି ଯଦି ବାତ୍ୟା ହୁଏ, ତା’ହେଲେ ତା’ର ମୁକାବିଲା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି କରିଛନ୍ତି । ଲୋକମାନେ ଭୟଭୀତ ହେବାର କୌଣସି କାରଣ ନାହିଁ । ଆଜି ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଏଭଳି ମତ ରଖିଛନ୍ତି । ଏହାସହିତ ସମ୍ଭାବ୍ୟ ବାତ୍ୟାକୁ ନେଇ ଅଯଥା ଗୁଜବ ସୃଷ୍ଟି ନକରିବାକୁ ଗଣମାଧ୍ୟମକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

9 − six =