ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗୁଣ୍ଡିଚାବାଡ଼ି ଠାରେ ଆଜି ଠାକୁରଙ୍କର ମତ୍ସ୍ୟ ଓ କଚ୍ଛପ ଅବତାର ଦେଖିବା ପାଇଁ ଭକ୍ତଙ୍କ ସୁଅ ଛୁଟିଛି । ପାଗ ଅନୁକୂଳ ଥିବାରୁ ପୁରପଲ୍ଲୀରୁ ପ୍ରବଳ ଭକ୍ତଙ୍କ ସମାଗମ ହୋଇଛି । ଏହି ଦଶ ଦିନ ଠାକୁରଙ୍କୁ ଦର୍ଶନ କଲେ ପୁଣ୍ୟ ମିଳେ ବୋଲି ଭକ୍ତଙ୍କ ଆଶା ଓ ବିଶ୍ୱାସ ରହିଛି ।

ସେଥିପାଇଁ ଠାକୁରଙ୍କ ଦଶ ଅବତାର ଦର୍ଶନ କରିବା ପାଇଁ ଭକ୍ତଙ୍କ ସମାଗମ ହୋଇଥାଏ । ଏହି ଅବସରରେ ଭକ୍ତମାନେ ନଡିଆ କଦଳୀ ଫୁଲ ତୁଳସୀ ଧରି ଠାକୁରଙ୍କ ପୂଜାର୍ଚ୍ଚନା କରି ଦର୍ଶନ କରିଥା’ନ୍ତି । ଅନ୍ୟପଟେ ସନ୍ଧ୍ୟା ସମୟରେ ସନ୍ଧ୍ୟା ଆଳତୀ ଦେଖିବା ପାଇଁ ଭକ୍ତଙ୍କ ସୁଅ ଛୁଟିଛି। ରଥଯାତ୍ରା କମିଟି ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁପରିଚାଳନା ପାଇଁ ପଦକ୍ଷେପ ନିଆଯାଇଛି ।
ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ମୁତୟନ କରାଯାଇଛି । ଏହି ଅବସରେ ଗୁଣ୍ଡିଚାବାଡି ପରିସରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି ।
