ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗାଯିବା ଘଟଣା, ଯାଞ୍ଚ ପାଇଁ ୨ଜଣିଆ ଟିମ୍‌ ଗଠନ

0 55

ପୁରୀ : ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗାଯିବା ଘଟଣାର ଯାଞ୍ଚ ପାଇଁ ଗଠନ ହୋଇଛି ୨ଜଣିଆ ଟିମ୍‌ । ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଓ ନୀତି ପ୍ରଶାସକଙ୍କୁ ନେଇ ଟିମ ଗଠନ ହୋଇଛି । ଏହି ଟିମ କିଛି ସେବାୟତ ଓ ଜେଟିପିଙ୍କୁ ଜେରା କରିଛନ୍ତି । ୨ଦିନ ମଧ୍ୟରେ ତଦନ୍ତ କରି ଟିମ୍‌ ରିପୋର୍ଟ ଦେବ ପରେ ଦୋଷୀ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁରୀ ଜିଲାପାଳ ସମର୍ଥ ବର୍ମା କହିଛନ୍ତି । ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ରୋଷ ଘରେ ସିସିଟିଭି ଲାଗିବା ବ୍ୟବସ୍ଥା ନ ଥିବା ବେଳେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ନେଇ ଆହୁରି ପଦକ୍ଷେପ ନିଆଯିବ ବୋଲି ପୁରୀ ଜିଲାପାଳ କହିଛନ୍ତି । ମହାପ୍ରଭୁଙ୍କ କୋଠ ଭୋଗ ପ୍ରସ୍ତୁତି ରେ କୌଣସି ସମସ୍ୟା ନାହିଁ । ତେବେ ଭକ୍ତ ମାନଙ୍କ ପାଇଁ ମହା ପ୍ରସାଦ ପ୍ରସ୍ତୁତ କରିବାରେ କିଛି ସମସ୍ୟା ରହିବ । କିନ୍ତୁ ଏହି ସମସ୍ୟା ଶୀଘ୍ର ସମାଧାନ ପାଇଁ ପ୍ରଶାସନ ପକ୍ଷରୁ ସବୁ ଚେଷ୍ଟା ଚାଲିଥିବା ପୁରୀ ଜିଲାପାଳ କହିଛନ୍ତି ।

hiranchal ad1
Leave A Reply

Your email address will not be published.

4 − three =