ଖୁସି ଖବର, ଏଣିକି ରବିବାର ବି ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର

0 100

ପୁରୀ : ଭକ୍ତ ଶ୍ରଦ୍ଧାଳୁଙ୍କୁ ପାଇଁ ଖୁସିର ଖବର । ଏଣିକି ପ୍ରତ୍ୟେକ ରବିବାର ଖୋଲିବ ଶ୍ରୀମନ୍ଦିର । କୋଭିଡ କଟକଣା ଯୋଗୁ ଶ୍ରୀମନ୍ଦିର ସାନିଟାଇଜ ପାଇଁ କରିବା ପାଇଁ ଗତ ଦୁଇବର୍ଷ ଧରି ରବିବାର ଦିନ ଦର୍ଶନ ବନ୍ଦ ରହିଥିଲା । ଏବେ କୋଭିଡର ଗାଇଡ ଲାଇନକୁ ଶ୍ରୀମନ୍ଦିର ପ୍ରଶାସନ କୋହଳ କରିଛି । ଆସନ୍ତା ରବିବାର ଅର୍ଥାତ ୨୦ ତାରିଖରୁ ପ୍ରତ୍ୟେକ ରବିବାର ମହାପ୍ରଭୁଙ୍କ ଦର୍ଶନ କରିପାରିବେ ଭକ୍ତ । ଆଜି ଜିଲ୍ଲାପାଳଙ୍କ ଅଧକ୍ଷତାରେ ବସିଥିବା ଛତିଶା ନିଯୋଗ ବୈଠକରେ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ସେହିପରି ଶ୍ରୀମନ୍ଦିର ଦ୍ୱାରଫିଟା ଠାରୁ ଆରମ୍ଭ କରି ମଙ୍ଗଳ ଆଳତୀ ଓ ରାତ୍ର ପର୍ଯ୍ୟନ୍ତ ଭକ୍ତମାନଙ୍କ ପାଇଁ ଶ୍ରୀମନ୍ଦିର ଖୋଲା ରହିବ ବୋଲି ଛତିଶାନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି । ତେବେ ଆଜିଠାରୁ ବିଦ୍ଧିବଦ୍ଧ ଭାବେ ଭକ୍ତ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ରାତ୍ର ପହୁଡ ଦର୍ଶନ କରିବା ସହ ଆସନ୍ତାକାଲି ସକାଳ ଦ୍ୱାରଫିଟା ଠାରୁ ରାତ୍ର ପହୁଡ ପର୍ଯ୍ୟନ୍ତ ଦର୍ଶନ ବ୍ୟବସ୍ଥାକୁ ଉନ୍ମୁକ୍ତ ରଖାଯାଇଛି ।

hiring

ସେପଟେ ଦର୍ଶନ ବ୍ୟବସ୍ଥା ସମୟରେ ସମସ୍ତେ କୋଭିଡ୍‌ ନିୟମ ମାନିବା ଯଥା ମୁହଁରେ ମାସ୍କ ପରିଧାନ କରିବା ଓ ସାମାଜିକ ଦୂରତା ରକ୍ଷା କରିବାକୁ ପ୍ରଶାସନ ତରଫରୁ ଭକ୍ତମାନଙ୍କୁ ଅନୁରୋଧ କରାଯାଇଛି । ଆସନ୍ତା ମାର୍ଚ୍ଚ ୨୦ ତାରିଖ ଠାରୁ ସପ୍ତାହକୁ ସାତଦିନ ଶ୍ରୀମନ୍ଦିର ଖୋଲାଯିବା ହେତୁ ପ୍ରତ୍ୟେକ ଦିନ ରାତିରେ ଶ୍ରୀମନ୍ଦିର ସାନିଟାଇଜ୍‌ କରାଯିବ ବୋଲି ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ କହିଛନ୍ତି । ଅନ୍ୟପଟେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ପ୍ରଶାସନ ଗୁରୁତ୍ୱ ଦେଇଥିବା ବେଳେ ଆସନ୍ତା ସାତଦିନ ମଧ୍ୟରେ ନୀତିକାନ୍ତିକୁ କିଭଳି ଶୃଙ୍ଖଳିତ କରାଯିବ ସେନେଇ ଏକ ବୈଠକ ଅନୁଷ୍ଠିତ ହେବ ବୋଲି ଛତିଶାନିଯୋଗ ବୈଠକରେ ମତ ପ୍ରକାଶ ପାଇଛି । ତେବେ ପ୍ରବଳ ଖରାକୁ ଦୃଷ୍ଟିରେ ରଖି ପିଇବା ପାଣି ସାଙ୍ଗକୁ ସେଡ୍‌ ର ବ୍ୟବସ୍ଥା ମଧ୍ୟ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ତେବେ ଆସନ୍ତା ଦିନରେ ସମସ୍ତଙ୍କ ସହ ଆଲୋଚନା କରି ଭକ୍ତଙ୍କ ଚାରି ଦୁଆର ପ୍ରବେଶ ଉପରେ ନିଷ୍ପତ୍ତି ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

hiranchal ad1
Leave A Reply

Your email address will not be published.

2 + ten =