ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କାର୍ତ୍ତିକ ନୀତି ଆରମ୍ଭ

0 87

ପୁରୀ : ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଗତକାଲିଠୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କାର୍ତ୍ତିକ ନୀତି ଆରମ୍ଭ ହୋଇଛି । ରାଧାଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ । କାର୍ତ୍ତିକ ମାସରେ ମହାପ୍ରଭୁଙ୍କ ଏହି ବେଶ କରାଯାଏ । ଆଶ୍ୱିନ ଶୁକ୍ଳ ଏକାଦଶୀ ତିଥି ଅର୍ଥାତ ଗତକାଲିଠାରୁ ମହାପ୍ରଭୁଙ୍କ ନିକଟରେ ସ୍ୱତନ୍ତ୍ର ବାଳଭୋଗ ନୀତି ଆରମ୍ଭ ହୋଇଛି । ତେବେ ଆସନ୍ତା କୁମାରପୂର୍ଣିମା ପରଠାରୁ ହବିଷ୍ୟାଳି ମାନେ ସଂକଳ୍ପ କରି କାର୍ତ୍ତିକ ବ୍ରତ ଆରମ୍ଭ କରିବେ ।ନୀତି ନିର୍ଘଣ୍ଟ ଅନୁସାରେ ଗତକାଲି ସକାଳ ଦ୍ୱାରଫିଟା ନୀତି ସାରିବା ପରେ ଚାଲିଥିଲା ମହାପ୍ରଭୁଙ୍କ ନୀତି । ଅବକାଶ ନୀତି ବଢିବା ପରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ରାଧାଦାମୋଦର ବେଶ ଅନୁଷ୍ଠିତ ହେବାପରେ ଭକ୍ତ ମାନେ ବେଶ ଦର୍ଶନ କରିବାର ସୁଯୋଗ ପାଇ ନିଜକୁ ଧନ୍ୟ ମଣିଛନ୍ତି ।
ସକାଳ ଧୂପ ପରେ ମହାପ୍ରଭୁଙ୍କ ବାଳଧୂପ ନୀତି ଅନୁଷ୍ଠିତ ହୋଇଥିଲା । କୋରା, ଦୋଭଜା, ଲିଆ, ଅଦା,ଖଇ, ନଡିଆ, ଖୁଦି,ଚାଉଳିଆ,ସେଓ, କମଳା, କଦଳୀ, କାକୁଡି, ପଇଡ ଭୋଗ ହୋଇଥାଏ । ପରମ୍ପରା ଅନୁଯାୟୀ ଏହି ସମୟରେ ବଡ ଛତା ମଠ ତରଫରୁ ସଙ୍ଗୀତ ଗାନ , ରାଧାକାନ୍ତ ମଠ ତରଫରୁ ସଂକୀର୍ତ୍ତନ ହୋଇଥାଏ । ଅବକାଶ ନୀତି ବଢିବା ପରେ ସକାଳ ଧୂପ ପରେ ହୋଇଥାଏ । ପୁରୀରେ ଥିବା ବିଭିନ୍ନ ମଠରେ ମହାପ୍ରଭୁଙ୍କ ଏହି ବେଶ ମଧ୍ୟ ଅନୁଷ୍ଠିତ ହୋଇଥାଏ । ତେବେ ମହାପ୍ରଭୁ ରାଧାଦାମୋଦର ବେଶ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ତେବେ ଶୃଙ୍ଖଳିତ ଦର୍ଶନ ପାଇଁ ପୁରୀ ପୋଲିସ୍‌ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଭିଡ ନିୟନ୍ତ୍ରଣ ପାଇଁ ଶ୍ରୀ ଜଗନ୍ନାଥ ବାହାରେ ଓ ଭିତରେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି ।

hiranchal ad1
Leave A Reply

Your email address will not be published.

two × 2 =