ଶ୍ରୀମନ୍ଦିରରେ ପୁଣି ପ୍ରବେଶ କଲେ ଅଣ ହିନ୍ଦୁ ମହିଳା

0 62

ପୁରୀ : ଶ୍ରୀମନ୍ଦିରର ସବୁ ସୁରକ୍ଷା ବ୍ୟବସ୍ଥାକୁ ଭେଦକରି ମନ୍ଦିରର ଗୁମୁଟ ଭିତରକୁ ପଶିଗଲେ ଅଣହିନ୍ଦୁ । ଅଣହିନ୍ଦୁ ଜଣଙ୍କ ଚାଇନିଜ ଭାଷାରେ କଥାବାର୍ତ୍ତା କରୁଥିବା ବେଳେ ଶ୍ରୀମନ୍ଦିର ପୋଲିସକୁ ଚ୍ୟାଲେଞ୍ଜ କରି ଲୋକଙ୍କ ଭିଡ ଭିତରେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିବା ଦେଖିବାକୁ ମିଳିଛି । ତେବେ ମହିଳା ଜଣଙ୍କ ସିଂହଦ୍ୱାର ମଧ୍ୟଦେଇ ଗୁମୁଟ ମଧ୍ୟକୁ ପ୍ରବେଶ କରିଥିବା ବେଳେ ଶ୍ରୀଜଗନ୍ନାଥ ଟେମ୍ପୁଲ ପୋଲିସ ଉକ୍ତ ମହିଳାଙ୍କୁ ଭିଡିଭିଡି ମନ୍ଦିର ଭିତରୁ ବାହାରକୁ ଆଣିଥିବା ଦେଖିବାକୁ ମିଳିଛି । ଉକ୍ତ ମହିଳାଙ୍କୁ ଭିଡିଭିଡି ନେଉଥିବା ବେଳେ ମହିଳା ଜଣଙ୍କ ପୋଲିସକୁ ବିରୋଧ କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ମହିଳାଜଣଙ୍କୁ ପୋଲିସର ଅସ୍ଥାୟୀ କ୍ୟାମ୍ପ ମଧ୍ୟକୁ ନିଆଯାଇଥିଲା । ସେଠାରେ ଉପସ୍ଥିତ ପୋଲିସ ତଦନ୍ତ କରିବା ପରେ ମହିଳାଙ୍କୁ ବ୍ୟାରିକେଡ୍ ବାହାରକୁ ଛାଡିଦିଆଯାଇଥିବା ଦେଖିବାକୁ ମିଳିଛି ।

hiranchal ad1
Leave A Reply

Your email address will not be published.

twelve + 18 =