ରାଜ୍ୟ ସ୍ତରୀୟ ଯୁବ ଜ୍ୟୋର୍ତିବିଜ୍ଞାନୀ ପ୍ରତିଭା ସନ୍ଧାନରେ ଅର୍ଣ୍ଣବ ସାହୁଙ୍କ ସଫଳତା

0 113

ସୁବର୍ଣ୍ଣପୁର : ଟାଟା ଷ୍ଟିଲ ଲିମିଟେଡ ସହଯୋଗରେ ପଠାଣି ସାମନ୍ତ ପ୍ଲାନୋଟୋରିୟମ ଯୁବ ଜ୍ୟୋର୍ତିବିଜ୍ଞାନ ପ୍ରତିଭା ସନ୍ଧାନ (YATS) ର ୧୫ ତମ ସଂସ୍କରଣରେ ଷଷ୍ଠରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଦୁଇଟି ବର୍ଗରେ ଯଥା ଜୁନିୟର ଗ୍ରୁପ (ଷଷ୍ଠରୁ ଅଷ୍ଟମ ଶ୍ରେଣୀ) ସିନିୟର ଗୃପ (ନବମରୁ ଦଶମ ଶ୍ରେଣୀ) ଅନଲାଇନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । କିମ୍ବଦନ୍ତୀ ଓଡିଆ ଜ୍ୟୋତିବିଜ୍ଞାନୀ ପଠାଣି ସାମନ୍ତଙ୍କ ଜନ୍ମ ବାର୍ଷିକୀକୁ ସ୍ମରଣ କରି ପ୍ରତି ବର୍ଷ ପରି ଏବର୍ଷ ମଧ୍ୟ ଏହା ଆୟୋଜନ କରଯାଇଥିଲା । ଏଥିରେ ସାରା ଓଡିଶାର ଦୁଇ ଲକ୍ଷ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ ଜୁନିୟର ଗ୍ରୁପରେ ୩୦ ଜଣ ଓ ସିନିୟର ଗ୍ରୁପରେ ୨୦ ଜଣ ପ୍ରତିଯୋଗୀ ରାଜ୍ୟ ସ୍ତରରେ ଚୟନ ହୋଇଥିଲେ । ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ତରଭାର ଜବାହର ନବୋଦୟ ବିଦ୍ୟାଳୟର ଶ୍ରୀମାନ ଅର୍ଣ୍ଣବ ସାହୁ ସୋନପୁର ଜିଲ୍ଲାର ଏକମାତ୍ର ପ୍ରତିଯୋଗୀ ଯିଏକି ରାଜ୍ୟ ସ୍ତରରେ ଯୋଗ୍ୟ ବିବେଚିତ ହୋଇଛନ୍ତି ।

hiring

ସୋନପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ରାଣୀସର୍ଡା ମୂଳ ନିବାସୀ ଶଙ୍କର୍ଷଣ ସାହୁ ଓ ରଞ୍ଜିତା ସାହୁଙ୍କ ଏକମାତ୍ର ପୁତ୍ର ଅର୍ଣ୍ଣବ ବର୍ତ୍ତମାନ ଜବାହାର ନବୋଦୟ ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ଆଧ୍ୟୟନରତ । ଏହି ଖବର ପାଇବା ପରେ ସମଗ୍ର ଜିଲ୍ଲାରେ ଏକ ଖୁସିର ବତାବରଣ ସୃଷ୍ଟି ହେବାସହ ସବୁ ମହଲରେ ଶ୍ରୀ ସାହୁଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ଏହି ସଫଳତା ପଛରେ ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଜୟରାମ ନାଏକ, ଉପାଧ୍ୟକ୍ଷ ଶ୍ରୀଯୁକ୍ତ ସି. ଶିବରାମ ଓ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ପ୍ରେରଣା ଯୋଗୁଁ ସମ୍ଭବ ହେବାସହ ସମସ୍ତଙ୍କୁ ସେ ସଫଳତାର ଶ୍ରେୟ ଦେଇଛନ୍ତି । ପ୍ରକାଶ ଥାଉକି ଯେ ଶ୍ରୀମାନ ସାହୁ ଜଣେ ଜିଲ୍ଲାର ଅନନ୍ୟ ପ୍ରତିଭା ଭାବରେ ବେଶ ପରିଚିତ । ପୂର୍ବରୁ ସେ ଚିତ୍ରାଙ୍କନ ପ୍ରତିଯୋଗିତାରେ ବହୁ ଥର ରାଜ୍ୟ ସ୍ତରୀୟ ଓ ଜାତୀୟ ସ୍ତରୀୟ ପୁରସ୍କାର ମଧ୍ୟ ପାଇଛନ୍ତି । ବହୁଥର କୁଇଜ ଓ ବକୃତା ପ୍ରତିଯୋଗିତାରେ ଜିଲ୍ଲାସ୍ତରୀୟ ପୁରସ୍କାର ମଧ୍ୟ ପାଇଛନ୍ତି ।

ଏହି ଅବସରରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ପ୍ରତିଯୋଗୀଙ୍କୁ ଧନ୍ୟବାଦ ଦେବା ସହ ତାଙ୍କର ଭବିଷ୍ୟତ ଜୀବନ ଉଜ୍ଜଳମୟ କାମନା କରିଥିଲେ । ପ୍ରକାଶ ଯୋଗ୍ୟଯେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହୋଇଥିବା ସମସ୍ତ ଯୁବ ଛାତ୍ରଛାତ୍ରୀ ମାନଙ୍କର ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ତଥା ଆନ୍ତର୍ଜାତିକ ଏରୋନୋଟିକ ଓ ଅନ୍ତରିକ୍ଷ ଗବେଷଣା କେନ୍ଦ୍ର(NASA) ଭ୍ରମଣ କରିବାର ମଧ୍ୟ ସୁଯୋଗ ରହିଛି ।

hiranchal ad1
Leave A Reply

Your email address will not be published.

one + one =