ନୂତନ ବ୍ଲୁ ଫ୍ଲାଗ ବିଚକୁ ଦୃଢ ବିରୋଧ

0 100

ପୁରୀ: ପୁରୀ ଚକ୍ର ତୀର୍ଥ ରୋଡ଼ରେ ହେବାକୁ ଯାଉଥିବା ନୂତନ ବ୍ଲୁ ଫ୍ଲାଗ ବିଚକୁ ଦୃଢ ବିରୋଧ । ମତ୍ସ୍ୟଜୀବୀ, ଉଠା ଦୋକାନୀମାନେ ବ୍ଲୁ ଫ୍ଲାଗ ବିଚକୁ କଡା ବିରୋଧ କରିବା ସହ କାର୍ଯ୍ୟ ଚାଲିଥିବା ସ୍ଥାନରେ ଧାରଣା ଦେଇଛନ୍ତି । ଶହଶହ ପୁରୁଷ, ମହିଳା ଏକତ୍ର ହୋଇ ବ୍ଲୁ ଫ୍ଲାଗ ବିଚକୁ ବିରୋଧ କରିବା ସହ କାର୍ଯ୍ୟ ବନ୍ଦ ନେଇ ଦାବି କରିଚନ୍ତି । ଆନ୍ଦୋଳନକାରୀ କହିଛନ୍ତି ଯେ ପୂର୍ବରୁ ରାଜ ଭବନ ପଛ ବେଳାଭୂମିକୁ ପ୍ରଶାସନ ବ୍ଲୁ ଫ୍ଲାଗ ବିଚ କରି ଏଥିରେ ପ୍ରବେଶ ନେଇ ଟିକେଟ ବ୍ୟବସ୍ଥା ଲଗାଯାଇଛି । ସେହିପରି ଉଠା ଦୋକାନୀଙ୍କୁ ବ୍ୟବସାୟ ନେଇ କଟକଣା ଜାରି କରାଯାଇଛି ।

hiring

ଫଳରେ ହଜାର ହଜାର ଉଠା ଦୋକାନୀ ନିଜର ରୋଜଗାର ହରେଇ ଆର୍ଥିକ ଅନାଟନ ଦିନ କାଟୁଛନ୍ତି । ଘର ଓ ପରିବାର ପ୍ରତିପୋଷଣ କରିବା ଏକ ପ୍ରକାର ଅସମ୍ଭାଳ ହୋଇ ପଡିଛି । ତେବେ ଦୁର୍ଭାଗ୍ୟର ବିଷୟ ପ୍ରଶାସନ ହଜାରହଜାର ଲୋକଙ୍କ ଜୀବନଜୀବିକା ପ୍ରତି ଦୃଷ୍ଟି ନ ଦେଇ ପୁଣି ଆଉ ଏକ ବ୍ଲୁ ଫ୍ଲାଗ ବିଚ ଚକ୍ରତୀର୍ଥ ବେଳାଭୂମିରେ କରୁଛି । ଏହା ଦ୍ୱାରା ହଜାରହଜାର ଲୋକ ବେକାର ହେବା ସହ ଆର୍ଥିକ ଅନାଟନରେ ଦିନ କାଟିବେ ।

ରାଜ୍ୟ ସରକାର ଲୋକଙ୍କୁ ରୋଜଗାର ଓ ଜୀବନ ଜୀବିକା ସୁରକ୍ଷା ପାଇଁ ଅନେକ ପଦକ୍ଷେପ ନେଉଥିବା କଥା ପ୍ରଚାର କରାଯାଉ ଥିବା ବେଳେ ପୁରୀ ପ୍ରଶାସନର ଏଭଳି ଗରିବ ମାରଣ ନୀତି ନେଇ ଆନ୍ଦୋଳନକାରୀ ସରକାରଙ୍କ ଅସଲ ଉଦ୍ଦେଶ୍ୟ କ’ଣ ସେ ନେଇ ପ୍ରଶ୍ନ କରିଛନ୍ତି । ପୁରୀ ଜିଲ୍ଲା ପ୍ରଶାସନ ଯଦି ଚକ୍ର ତୀର୍ଥ ରୋଡ଼ ବେଳାଭୂମିରୁ ବ୍ଲୁ ଫ୍ଲାଗ ବିଚ କାର୍ଯ୍ୟ ବନ୍ଦ ନ କରେ ଏହାକୁ ଦୃଢ଼ ବିରୋଧ କରାଯିବ ଓ ଆଗାମୀ ଦିନରେ ଯେଉଁ ଅପ୍ରୀତିକର ପରିସ୍ଥିତି ଉପୁଜିବ ସେଥିପାଇଁ ସରକାର ଓ ପ୍ରଶାସନ ଦାୟୀ ରହିବେ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

two × one =