ସୁବର୍ଣ୍ଣପୁର ଜିଲ୍ଲାର ୬୦ ପଞ୍ଚାୟତ ଓ ୧୪ଟି ଗ୍ରାମକୁ ବାଲ୍ୟ ବିବାହ ମୁକ୍ତ ଘୋଷଣା କଲେ ଜିଲ୍ଲାପାଳ

0 164

ସୁବର୍ଣ୍ଣପୁର : ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ, ସୁବର୍ଣ୍ଣପୁର ତରଫରୁ ଜିଲ୍ଲାରେ ଶିଶୁ ସୁରକ୍ଷା ଓ ବାଲ୍ୟ ବିବାହକୁ ବନ୍ଦ କରାଯିବା ଉପରେ ଗୁରୁତ୍ୱାରୋପ କରାଯାଉଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାର ପ୍ରତ୍ୟେକ ବ୍ଲକ ଅଞ୍ଚଳର ଗ୍ରାମ ଗୁଡିକରେ ବାଲ୍ୟ ବିବାହ ଓ ଶିଶୁ ସୁରକ୍ଷା ସମ୍ୱନ୍ଧୀୟ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଶିଶୁ ସୁରକ୍ଷା ବିଭାଗ ତରଫରୁ ଜିଲ୍ଲା ସମାଜ ମଙ୍ଗଳ ବିଭାଗଙ୍କ ସହଯୋଗରେ ଚାଲୁ ରହିଛି ।

hiring

ଏହି ପରିପ୍ରେକ୍ଷୀରେ ଆଜି ତ ସୁବର୍ଣ୍ଣପୁର ଜିଲ୍ଲପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ, ଶିଶୁ ବିକାଶ ପ୍ରକଳ୍ପ ସୋନପୁର ସୌଜନ୍ୟରେ କଳାପଥର ଗ୍ରାମ ପଂଚାୟତରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଆଜି ଜିଲ୍ଲାର ୬୦ ଗ୍ରାମପଂଚାୟତ ଏବଂ ୧୪ ଗୋଟି ଗ୍ରାମକୁ ବାଲ୍ୟ ବିବାହ ମୁକ୍ତ ପଞ୍ଚାୟତ ଓ ଗ୍ରାମ ଘୋଷଣା କରିଛନ୍ତି । ଆଜି ସୁଦ୍ଧା ଜିଲ୍ଲାର ୭୬୭ଗୋଟି ଗ୍ରାମ ଓ ଜିଲ୍ଲାର ୬୦ଟି ଗ୍ରାମପଂଚାୟତକୁ ଜିଲ୍ଲା ପ୍ରଶାସନ ଓ ସମ୍ପୃକ୍ତ ବିଭାଗ ଦ୍ୱାରା ବାଲ୍ୟ ବିବାହ ମୁକ୍ତ ଘୋଷଣା କରାଯାଇଛି । ଏହି କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ ତଥା ଲୋକାଭିମୁଖୀ କରିବା ନିମନ୍ତେ ଜିଲ୍ଲାପାଳ ଶ୍ରୀମତୀ ନରୱଣେ ଉପସ୍ଥିତ ସମ୍ପୃକ୍ତ ଅଧିକାରୀ ଓ ସ୍ଥାନୀୟ ସ୍ୱେଚ୍ଛଆସେବୀ ସଂଗଠନ, ଜନ ସାଧାରଣଙ୍କୁ ପରାମର୍ଶ ଦେବା ସହ ବାଲ୍ୟ ବିବାହକୁ ପ୍ରୋତ୍ସାହିତ କରୁଥିବା ଅଥବା ପ୍ରଲୋଭିତ କିମ୍ବା ବାଧ୍ୟ୍ୟବାଧକତା କରୁଥିବା ବ୍ୟକ୍ତି ବିଶେଷଙ୍କୁ ଆଇନ ଅନୁସାରେ ଦଣ୍ଡିତ କରାଯିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ।

ଜିଲ୍ଲାପାଳ ଜିଲ୍ଲାର ସମସ୍ତ କିଶୋରକିଶୋରୀମାନଙ୍କୁ ବାଲ୍ୟ ବିବାହ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ସହିତ ଉପଯୁକ୍ତ ଶିକ୍ଷା ଗ୍ରହଣ କରି ଜିଲ୍ଲାପାଇଁ ଗୌରବ ଆଣିବାକୁ ପରାମର୍ଶ ଦେଇଛନ୍ତି । ଆଜିର ଏହି ବାଲ୍ୟ ବିବାହ ମୁକ୍ତ ଘୋଷଣା କାର୍ଯ୍ୟକ୍ରମରେ ଗୌରୀମଣି ହାଁସଦା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ରାକେଶ ପଧାନ, ଜିଲ୍ଲା ବାଲ୍ୟ ବିବାହ ପ୍ରତିରୋଧ ପରାମର୍ଶଦାତା, ଏକ୍ସନଏଡ଼, ସୋନପୁର ବିଡିଓ ସୌମ୍ୟ ରଞ୍ଜନ ସ୍ୱାଇଁ, ସିଡିପି ଓ ନିବେଦିତା ସରାଫ ପ୍ରମୁଖ ଅତିଥି ଭାବେ ଯୋଗଦାନ କରିଥିବା ବେଳେ କାର୍ଯ୍ୟକ୍ରମ ଅବସରରେ ସନ୍ଧ୍ୟାରାଣୀ ପଧାନ ସରପଞ୍ଚ, କଳାପଥର ଜିପି, ସୁଶୀଲ କୁମାର ମହାପାତ୍ର, ପିଇଓ ମଞ୍ଜୁଲତା ସ୍ୱାଇଁ, ଏଲଏସ. ପ୍ରଭାମୟୀ, ଚାଇଲ୍ଡ ଲାଇନ ସଂଯୋଜକ, ଆଶିଷ କୁମାର ନାଏକ, ଚାଇଲ୍ଡ ଲାଇନ ସ୍ୱେଚ୍ଛାସେବୀ, ଏବଂ ସ୍କୁଲ ଶିକ୍ଷକ ଶିକ୍ଷୟତ୍ରୀ ତଥା ବିଭାଗର ଅନ୍ୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

2 × five =