୩ ଗାଁ ସାଥୀଙ୍କ ଆତ୍ମାହୁତି ଉଦ୍ୟମ

0 105

ଭୁବନେଶ୍ୱର,: ତିନି ଗାଁ ସାଥୀ ଏକାଠି ଆତ୍ମାହୁତି ଉଦ୍ୟମ କରିଛନ୍ତି । ଏ ଘଟଣା ଆଉ କେଉଁଠି ନୁହେଁ ରାଜଧାନୀ ଭୁବନେଶ୍ୱରରେ ଘଟିଛି । ଭୁବନେଶ୍ୱର ଲୋୟର ପିଏମଜିରେ ଏହି ୩ ଗାଁ ସାଥି ଆତ୍ମାହୁତି ଉଦ୍ୟମ କରିଛନ୍ତି । ତିନି ଜଣ ଯାକ ସାଙ୍ଗ ନିଜ ଉପରେ କିରାସିନି ଢାଳି ନିଆଁ ଲଗାଉଥିବା ବେଳେ ପୁଲିସ୍‌ ସେମାନଙ୍କୁ କାବୁ କରିଛି ।
ପୁଲିସ୍‌ କାବୁ କରିବା ପରେ ତିନି ଜଣଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ତିନି ଗାଁ ସାଥି ଗତ ୬୦ ଦିନ ହେଲା ଲୋୟର ପିଏମଜିରେ ଅନଶନରେ ଅଛନ୍ତି । ସ୍ଥାୟୀ ନିଯୁକ୍ତି ଓ ମାସିକ ୮ ହଜାର ଟଙ୍କା ଦରମା ଦାବିରେ ଅନଶନ କରିଆସୁଛନ୍ତି । ହେଲେ ସରକାର ଏଥିପ୍ରତି ତିଳେମାତ୍ର କର୍ଣ୍ଣପାତ କରିନଥିବାରୁ ଆଜି ଏମାନେ ଏପରି ଚରମ ପଦକ୍ଷେପ ନେଇଛନ୍ତି । ତେବେ ସରକାର ତୁରନ୍ତ ଦାବି ଗୁଡିକ ପୂରଣ ନକଲେ ଆନ୍‌ଦୋଳନ ଆହୁରି ତୀବ୍ରତର ହେବା ନେଇ ସଂଘ ଚେତାବନୀ ଦେଇଛି ।

hiranchal ad1
Leave A Reply

Your email address will not be published.

5 + 8 =