ସୁମିତଙ୍କ ଓକିଲ କାଢିଲେ କେଁ ; କହିଲେ, ତପସ୍ୱିନୀଙ୍କ ଗୃହ ପ୍ରବେଶ ପାଇଁ ରାୟରେ ନାହିଁ ସ୍ପଷ୍ଟ ନିର୍ଦ୍ଦେଶ

0 125

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଜଜ୍‌ କୋର୍ଟଙ୍କ ଗତ ୪ ତାରିଖର ରାୟ ପରେ ଅନେକଙ୍କର ବିଶ୍ୱାସ ଜାତ ହୋଇଥିଲା ଯେ ଏଣିକି ଆଉ ସମସ୍ୟା ରହିବ ନାହିଁ ଏବଂ ତପସ୍ୱିନୀ ଓ ତାଙ୍କ ସ୍ୱାମୀ ସୁମିତ ସ୍ୱାଭାବିକଭାବେ ଜୀବନ ବିତାଇବେ । କିନ୍ତୁ ଏବେ ସେଭଳି କିଛି ଅନୁଭୂତ ହେଉ ନାହିଁ,ବରଂ ମାମଲା ପୁଣି ଜଟିଳତା ଆଡ଼କୁ ଗତି କରୁଛି । ତପସ୍ୱିନୀ ତାଙ୍କ ଶ୍ୱଶୁରଙ୍କ ଘରେ ରହିବେ ବୋଲି କୋର୍ଟ ତାଙ୍କ ରାୟରେ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ସୁମିତଙ୍କ ଓକିଲ ଏବେ ନୂଆ କେଁ ବାହାର କରିଛନ୍ତି । ସେ କହିଛନ୍ତି ଯେ ତପସ୍ୱିନୀ ଘରେ ପ୍ରବେଶ କରିବା ନେଇ କୋର୍ଟଙ୍କ ରାୟରେ ସ୍ପଷ୍ଟ ନିର୍ଦ୍ଦେଶ ନାହିଁ । ତେଣୁ ସେ ଘରେ ପ୍ରବେଶ କରିପାରିବେ ନାହିଁ । ତେବେ ଓକିଲଙ୍କ ଏହି ଯୁକ୍ତି ତଥା ଅଭିଯୋଗକୁ ତପସ୍ୱିନୀଙ୍କ ଓକିଲ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ ଏହି ଅଭିଯୋଗ ଭିତ୍ତିହୀନ । ତପସ୍ୱିନୀଙ୍କ ଗୃହ ପ୍ରବେଶ ନେଇ କୋର୍ଟଙ୍କ ସ୍ପଷ୍ଟ ନିର୍ଦ୍ଦେଶ ଅଛି ବୋଲି ସେ କହିଛନ୍ତି । ଦୁଇ ଓକିଲଙ୍କ ଏଭଳି କଥା କଟାକଟିକୁ ନେଇ ଏବେ ପୁଣି ଏକ ନୂଆ ବିବାଦ ସୃଷ୍ଟି ହୋଇଛି ।
ତପସ୍ୱିନୀ ଶ୍ୱଶୁର ଘରେ ରହିବେ ବୋଲି ଜିଲ୍ଲା କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ଘର ସଫା କରିବାକୁ ଶ୍ୱଶୁର ୨ ଦିନ ସମୟ ମାଗିଥିବା ବେଳେ ସେପରି ଘର ଆଗରେ ବସି ରହିଛନ୍ତି ତପସ୍ୱିନୀ । ଏନେଇ ତପସ୍ୱିନୀଙ୍କ ଶ୍ୱଶୁର କହିଛନ୍ତି,ଘରକୁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତ କରାଯାଉଛି । ଘରକୁ ପରିଷ୍କାର କରାଯାଇଛି । ଆଉ କିଛି କାମ ବାକି ଅଛି । ତପସ୍ୱିନୀଙ୍କୁ ସବୁ ମୌଳିକ ସୁବିଧା ଯୋଗାଇଦେବାକୁ ଚେଷ୍ଟା ଚାଲିଛି । ଯେଉଁ ଘର ତାଙ୍କୁ ଦିଆଯାଉଛି, ତାଙ୍କ ପାଇଁ ତାହା ଯଥେଷ୍ଟ ବଡ ଓ ସେଥିରେ ଯଥେଷ୍ଟ ସୁବିଧା ଅଛି ।

hiranchal ad1
Leave A Reply

Your email address will not be published.

five + three =