ସୁନୀଲ ବଂଶଲ ହେଲେ ଓଡିଶା ପୁଲିସର ନୂଆ ଡିଜିପି, ନୂଆବର୍ଷରୁ ଦାୟିତ୍ୱ ନେବେ

0 120

ଭୁବନେଶ୍ୱର: ସୁନୀଲ ବଂଶଲଙ୍କୁ ଓଡିଶା ପୋଲିସ ଡିଜି ଦାୟିତ୍ୱ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନୀଲଙ୍କୁ ନିଯୁକ୍ତି ଦେଇଛନ୍ତି । ୨୦୨୪ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱରେ ରହିବେ । ବର୍ତ୍ତମାନ ପୋଲିସ ଡିଜି ଅଭୟଙ୍କ କାର୍ଯ୍ୟକାଳ ସରିବା ପରେ ସେ ଏହି ଦାୟିତ୍ୱ ନେବେ । ତେବେ ଆସନ୍ତା ୩୧ ରୁ ଅବସର ନେବେ ପୋଲିସ ଡିଜି ଅଭୟ । ତେବେ ୧୯୮୭ ବ୍ୟାଚର ଆଇପିଏସ୍‌ ହେଉଛନ୍ତି ସୁନୀଲ ବଂଶଲ । ବର୍ତ୍ତମାନ ସେ ଗୁଇନ୍ଦା ବିଭାଗର ସ୍ୱତନ୍ତ୍ର ନିର୍ଦ୍ଦେଶକ ଭାବେ କାମ କରୁଛନ୍ତି । ସୁନୀଲ ବଂଶଲ ପୂର୍ବରୁ ମୟୂରଭଞ୍ଜର ଏସ୍‌ପି ଥିଲେ । ବହୁ ଦିନ ପୂର୍ବରୁବଂଶଲ କେନ୍ଦ୍ରୀୟ ଡେପୁଟେସନକୁ ଯାଇଛନ୍ତି ।
ଡିଜିପି ଅଭୟଙ୍କ ଠାରୁ ସୁନିଲ୍‌ ବଂଶଲ ଦାୟିତ୍ୱ ଗ୍ରହଣ କରିବେ ଓ ନୂଆବର୍ଷରୁ ସେ ଦାୟିତ୍ୱ ଗ୍ରହଣ କରିବେ ବୋଲି ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

3 × 3 =