ଗଜପତିରେ ହିତାଧିକାରୀଙ୍କୁ ନୂଆ ସ୍ମାର୍ଟ ସ୍ବାସ୍ଥ୍ୟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପର କଲେ ଉଦଘାଟନ ଓ ଶିଳାନ୍ୟାସ

0 100

ଗୁମ୍ମା : ଗଜପତି ଜିଲ୍ଲାରେ ଗତକାଲି ଠାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଗୁମ୍ମା ବ୍ଲକରେ ଓଡିଶା ସରକାରଙ୍କ ମାନ୍ୟବର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଓ ମିଶନ ଶକ୍ତିର ଉପଦେଷ୍ଟା ସୁଶ୍ରୀ ଲୋପମୁଦ୍ରା ବକ୍ସି ପାତ୍ର ଦୁଇ ଦିନରେ ମାରାଥନ ୧୦ଟି ପଞ୍ଚାୟତ ବୁଲି ଓଡିଶା ସରକାରଙ୍କ ନୂତନ ଯୋଜନା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ଗୁମ୍ମା ବ୍ଲକ ପରିସରରେ ଶୁଭାରମ୍ଭ କରି ପ୍ରଥମ ଦିନରେ ରାଗିଡି, ତରଭା ,ଉଖୁରା ଏବଂ ଆଜି ଦ୍ୱିତୀୟ ଦିନରେ କୁଜାସିଂ ପଞ୍ଚାୟତରୁ ଆରମ୍ଭ କରି ମୁନିସିଂ, ବଡକଳା କୋଟ, ଡୁମ୍ବାଡା, ତୁମୁଲ, ସେରଙ୍ଗ, ଭୁବୁନି, ଅଜୟଗଡ ପଂଚାୟତ ବୁଲି ସ୍ମାର୍ଟ କାର୍ଡର ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରି ଏହାର ସୁବିଧା ସୁଯୋଗ କେମିତି ପାଇବେ ଏବଂ ଓଡିଶା ଓ ବାହାର ରାଜ୍ୟରେ ମଧ୍ୟ ଏହାର ଫାଇଦା ପାଇପାରିବେ। କେଉଁମାନେ ପାଇବେ ତାହା ମଧ୍ୟ ପୁରା ପ୍ରାଞ୍ଜଳ ଭାବେ କହିଥିଲେ। ଏହି କାର୍ଡଟିରେ ପୁରୁଷ ୫ ଲକ୍ଷ ଓ ମହିଳା ମାନେ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବାସ୍ଥ୍ଯସେବାର ସୁବିଧା ସୁଯୋଗ ପାଇବେ ବୋଲି କହିଥିଲେ। ସମସ୍ତ ହିତାଧିକାରୀ କାର୍ଡଟି ପାଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରି ମନ୍ତ୍ରୀମାନଙ୍କୁ ତାଙ୍କ ଆଦିବାସୀ ନୃତ୍ୟ କରି ସ୍ୱାଗତ ସମ୍ବର୍ଦ୍ଧନା କରି ପାଛୋଟି ନେଇଥିବା ଦେଖିବାକୁ ମିଳୁଛି । ଉକ୍ତ କାର୍ଯ୍ୟକ୍ରମରେ ସାସଂଦ ଚନ୍ଦ୍ର ଶେଖର ସାହୁ, ବ୍ଲକ ଅଧ୍ୟକ୍ଷ ଗୀତାଞ୍ଜଳୀ ଭୂୟାଁ, ଜିଲ୍ଲା ପରିଷଦ ସଭ୍ୟା ପ୍ରେମିକା ରଇତ, ସ୍ଥାନୀୟ ସରପଞ୍ଚ ସମିତି, ବିଡ଼ିଓ ନଟବର ଗରଡ଼, ଉପଜିଲ୍ଲାପାଳ ଦିଲୀପ ମହାରଣା, ତହସିଲଦାର ଭାସ୍କର ଚନ୍ଦ୍ର ସାହୁ, ସାସଂଦ ପ୍ରତିନିଧି ବିମଳ କୁମାର ଦଳାଇ, ବିଜେଡି ବ୍ଲକ ସଭାପତି ଇନାଶ ଶବର ଉପସ୍ଥିତ ଥିଲେ।

hiranchal ad1
Leave A Reply

Your email address will not be published.

1 × five =