ପିପିଲିର ନୂଆ ବିଧାୟକ ଭାବେ ଶପଥ ନେଲେ ରୁଦ୍ର ପ୍ରତାପ ମହାରଥୀ

0 62

ଭୁବନେଶ୍ୱର : ପିପିଲି ବିଧାୟକ ଭାବେ ଆଜି ଶପଥ ନେଇଛନ୍ତି ରୁଦ୍ର ପ୍ରତାପ ମହାରଥୀ । ବିଧାନସଭାରେ ଶପଥପାଠ କରାଇଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଖବର ଅନୁଯାୟୀ, ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପିପିଲିରେ ଉପନିର୍ବାଚନ ହୋଇଥିଲା । ତେବେ ଗତ ସେପ୍ଟେମ୍ବରରେ ପିପିଲିର ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥିପରେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ବିଜୟୀ ହୋଇଥିଲେ । ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ୨୦ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ରୁଦ୍ର ମହାରଥୀ ପରାସ୍ତ କରିଥିଲେ । ପିପିଲି ଉପନିର୍ବାଚନରେ ରୁଦ୍ର ପ୍ରତାପ ମହାରଥୀ ୯୬ ହଜାରରୁ ଅଧିକ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ୭୬ ହଜାରରୁ ଅଧିକ ଭୋଟ ପାଇଥିଲେ । ଅକ୍ଟୋବର ୩ ତାରିଖରେ ପିପିଲି ଉପନିର୍ବାଚନର ଫଳାଫଳ ଘୋଷଣା ହୋଇଥିଲା । ଏଥିରେ ରୁଦ୍ର ପ୍ରତାପ ମହାରଥୀ ବିଜୟୀ ହୋଇଥିଲେ । ଆଜି ବିଧାୟକ ଭାବେ ରୁଦ୍ର ମହାରଥୀ ଶପଥ ନେଇଛନ୍ତି । ବିଧାନସଭାରେ ଏହି ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ରୁଦ୍ର ମହାରଥୀଙ୍କୁ ଶପଥ ପାଠ କରାଇଛନ୍ତି ।

hiranchal ad1
Leave A Reply

Your email address will not be published.

17 − six =