ସୁବର୍ଣ୍ଣପୁର ଜିଲ୍ଲାର ୪ ବ୍ଲକ ପାଇଁ ଅତ୍ୟାଧୁନିକ ବସଷ୍ଟାଣ୍ଡର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

0 241

ସୁବର୍ଣ୍ଣପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ଜରିଆରେ ରାଜ୍ୟର ୨୨ଗୋଟି ଜିଲ୍ଲା ନିମନ୍ତେ ୫୫ ଟି ନୂତନ ଅତ୍ୟାଧୁନିକ ବସ ଷ୍ଟାଣ୍ଡ ନିର୍ମାଣ ନିମନ୍ତେ ଶିଳାନ୍ୟାସ କରିଛନ୍ତି । ଏହି ଉପଲକ୍ଷେ ଆଜି ସୁବର୍ଣ୍ଣପୁର ଜିଲ୍ଲା କିଲିଟାରି ସ୍ଥିତ ଓସ୍ୱାନ ହଲ ଠାର କରୋନା କଟକଣା ପାଳନ ପୂର୍ବକ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ପରିବହନ ବିଭାଗ ସହ ଏକ ସଂଯୋଗୀକରଣ ଶିଳାନ୍ୟାସ କାର୍ଯ୍ୟକ୍ରମ ଆଭାସୀ ଜରିଆରେ ଅନୁଷ୍ଠିତ ହୋଇଥିଲା ।

hiring

ଜିଲ୍ଲା ସ୍ତରରେ ଅନୁଷ୍ଠିତ ଏହି ଆଭାସୀ କାର୍ଯ୍ୟକ୍ରମ ଜିଲ୍ଲପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲୀ ସୁନିଲ ନରୱଣେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ, ଉପଜିଲ୍ଲାପାଳ ସୋନପୁର ନିହାର ରଞ୍ଜନ କଁହର, ଉପଜିଲ୍ଲାପାଳ ବୀରମହାରାଜପୁର ଅଶୋକ କୁମାର ଭୋଇ, ଆଞ୍ଚଳିକ ପରିବହନ ଅଧିକାରୀ ସୁବର୍ଣ୍ଣପୁର ରବୀନ ପଟ୍ଟନାୟକ, ଅତିରିକ୍ତ ପରିବହନ ଅଧିକାରୀ ଶିବାଶିଷ ସାହୁ, ତହସିଲଦାର ସୋନପୁର, ବୀରମହାରାଜପୁର, ଉଲୁଣ୍ଡା, ବିନିକା ପ୍ରମୁଖ ଯୋଗଦାନ କରିଥିଲେ ।

ଜିଲ୍ଲାପାଳ ମୁଖ୍ୟମନ୍ତ୍ରୀଙ୍କର ଦ୍ୱାରା ଆଜି ଶିଳାନ୍ୟାସ କରାଯାଇଥିବା ୪ଗୋଟି ବ୍ଲକ ନିମନ୍ତେ ଅତ୍ୟାଧୁନିକ ବସ ଷ୍ଟାଣ୍ଡ ଜିଲ୍ଲାର ସାମଗ୍ରିକ ବିକାଶ ରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରି ପରିବହନ ଓ ଯୋଗାଯୋଗ କ୍ଷେତ୍ରରେ ଜନସାଧାରଣଙ୍କ ବହୁଦିନର ଆଶା ଓ ସ୍ୱପ୍ନକୁ ପୂରଣ କରିବ ବୋଲି ଖୁସି ବ୍ୟକ୍ତ କରିବା ସହ ଜିଲ୍ଲାବାସୀଙ୍କ ତରଫରୁ କୃତଜ୍ଞତା ଜଣାଇଛନ୍ତି । ଏହି ସମୟପୋଯୋଗୀ କାର୍ଯ୍ୟକ୍ରମ ସମସ୍ତଙ୍କ ମନରେ ନୂତନ ଉତ୍ସାହ ଓ ଆନନ୍ଦ ଭରି ଦେଇଛି ।

hiranchal ad1
Leave A Reply

Your email address will not be published.

5 × two =