ଜିଲ୍ଲା ଉପଭୋକ୍ତା ପରାମର୍ଶ କେନ୍ଦ୍ର ବନ୍ଦ

0 63

ଜଗତସିଂହପୁର: ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜ଼ିଲ୍ଲା ଖାଉଟି ବିବାଦ ପ୍ରତିକାର ଆୟୋଗ ପରିସରରେ ପୂର୍ବରୁ ଚାଲିଥିବା ପରାମର୍ଶ କେନ୍ଦ୍ର ଦୀଘ ଦିନ ଧରି ବନ୍ଦ ରହିଥିବା ଯୋଉଁ ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ତତ୍ପରତା ପ୍ରକାଶ ନପାଇବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ପରାମଶ କେନ୍ଦ୍ର ପରିଚାଳନା ପାଇଁ ସଂପୃକ୍ତ ଅନୁଷ୍ଠାନର କାର୍ଯ୍ୟକାଳ ପୂର୍ଣ୍ଣ ହେବାପରେ ପୂର୍ୱନରବାର ନିଯୋଜିତ ନିର୍ଦ୍ଦେଶ ନପାଇଁ ବାର୍ଷିକ ଅନୁଦାନ ହାତେଇବା ନେଉଥିବା ପ୍ରଶାସନଙ୍କ ଅପାରଗତାକୁ ଆଙ୍ଗୁଳି ନିର୍ଦ୍ଦେଶ କରୁଛି । ଅପରପକ୍ଷରେ ସାଧାରଣ ଖାଉଟି ବିଭିନ୍ନ ପ୍ରକାର ଶୋଷଣର ଶିକାର ହୋଉଛନ୍ତି ଯାହାଫଳରେ ନ୍ୟାୟ ନ ପାଇଁ ଦୂରଦୂରନ୍ତୁ ଆସି ନିରାଶ ହୋଇ ଫେରୁଥିବା ଦେଖିବାକୁ ମିଳିଛି । ପରାମର୍ଶ କେନ୍ଦ୍ରରେ ସାଧାରଣ ଉପଭୋକ୍ତକ୍ଷ ଉପ ମାନେ ସୁବିଧା ପାଇବା ନାମରେ ପରିଚାଳନା ଅନୁଷ୍ଠାନ ହାତ ଚିକ୍ଣଣ କରିଚାଲିବା ସାଧାରଣରେ ଚର୍ଚ୍ଚା ହେଉଛି । ଉକ୍ତ ପରାମର୍ଶ କେନ୍ଦ୍ର ଗତ ୧୬/୬/୨୦୨୦ ରିଖ ଠାରୁ ବନ୍ଦ ରହିଥିବା ବରିଷ୍ଠ ଉପଭୋକ୍ତା କର୍ମୀ ଗୋବିନ୍ଦ ଓଝା ପ୍ରକାଶ କରିଛନ୍ତି ତତ୍‌ ସହିତ ପରାମର୍ଶ କେନ୍ଦ୍ର ଚାଲୁକରିବା ଅସମର୍ଥ ଅନୁଷ୍ଠାନକୁ ବାଦଦେଇ ସରକାରଙ୍କ ନିୟମ ଅନୁଯାୟୀ ନୂତନ ଅନୁଷ୍ଠାନକୁ ଦାୟିତ୍ୱ ଦେବାପାଇଁ ସାଧାରଣରେ ଦାବୀ କରାଯାଉଛି ।

hiranchal ad1
Leave A Reply

Your email address will not be published.

8 + seven =