ପଞ୍ଚମ ଗଡ଼ଜାତ ଲୋକମହୋତ୍ସବ ଉଦଘାଟିତ

0 211

ବୌଦ୍ଧ,୧୫/୧୨: ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକର ବୀରନରସିଂହପୁର ଠାରେ ପଞ୍ଚମ ଗଡ଼ଜାତ ଲୋକ ମହୋତ୍ସବ ଆଜି ବିଶ୍ୱଜିତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଉଦଘାଟିତ ହୋଇଯାଇଛି । ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଗଡ଼ଜାତ ସଂସ୍କୃତି ପରମ୍ପରାକୁ ବଜାୟ ରଖି ଥିବାରୁ ଗଡ଼ଜାତ ସାଂସ୍କୃତିକ ପରିଷଦର କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂହ ଓ ବୀରନରସିଂହପୁର ଗ୍ରାମପଞ୍ଚାୟତ ର ସରପଞ୍ଚ ସୁବର୍ଣ୍ଣ ମଲ୍ଲିକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଫିଲ୍ମଜଗତର ଶ୍ରେଷ୍ଠ ନିର୍ଦ୍ଦେଶକ ବନମାଳି ରଣା ମୁଖ୍ୟବକ୍ତା ଭାବେ ଯୋଗଦେଇ ବୌଦ୍ଧର ସଂସ୍କୃତି ପରମ୍ପରା ଦଣ୍ଡନାଚର ମହିମା ସମ୍ପର୍କରେ ଆଲୋଚନା କରିବା ସହ ବାଲ୍ୟବିବାହ ଉପରେ ହୋଇଥିବା କର୍ମଶାଳା ପ୍ରସଙ୍ଗରେ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ୧୭ ବର୍ଷ ପର୍ଯ୍ୟନ୍ତ କରାଗଲେ ବାଲ୍ୟବିବାହକୁ ରୋକାଯାଇପାରିବ ବୋଲି ମତ ପ୍ରକାଶ କରିଥିଲେ । କୃତୀ କ୍ରୀଡାବିତ୍‌ ଭାବେ ଶ୍ରୀକାନ୍ତ ବହିଦାର ଓ ସମ୍ବଲପୁର ଧମାର ସଙ୍ଗୀତା ହାତୀଙ୍କୁ କୃତୀ କଳାକାର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସୁଶାନ୍ତ କୁମାର ଭୋଇ, ପ୍ରଣୟିନି ଲେଙ୍କା, ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ବସନ୍ତ କୁମାର ସାହୁ ମୁଖ୍ୟ ଆଲୋଚକ ଭାବେ ଯୋଗଦେଇ ବାଲ୍ୟ ବିବାହ ବନ୍ଦ ସଚେତନ ଶିବିରକୁ ପରିଚାଳନା କରିଥିଲେ ।

hiring

The fifth Gadjat Lok Mahotsav has been inaugurated

ବନମାଳି ରଣା ରଚିତ ବ୍ରହ୍ମା କୁମ୍ଭାର ନିର୍ଦ୍ଦେଶିତ ଦେବାଶିଷ ମହାକୁଡ ପ୍ରଯୋଜିତ ଏବଂ ଇରା ମହାନ୍ତି ଓ ଟି ସୌରୀ ଗାଇଥିବା ଗୀତ “ଶୀତୁଆ ରାତି’ ଓ “ଅଧାଲେଖା ପ୍ରେମ ଗଳ୍ପର ଗଡ଼ଜାତ ଏଣ୍ଟର୍‌ ଟେନ୍‌ ମେଣ୍ଟ ୟୁବ ଟ୍ୟୁବ୍‌ ଚ୍ୟାନେଲ ଉନ୍ମୋଚିତ ହୋଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ବିଜୟ କୁମାର ସାହୁ ସଂଯୋଜନା କରିଥିଲାବେଳେ ନୀଳଞ୍ଚଳ ବିହାରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

1 × two =