ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡିରେ ପ୍ରଥମ ତୁଷାରପାତ, ଜାଡ଼ରେ ଥରୁଛି କନ୍ଧମାଳ ଜିଲ୍ଲା

0 262

ବାଲିଗୁଡ଼ା: ରାଜ୍ୟରେ ଆହୁରି ବଢିବ ଶୀତ । ଆସନ୍ତା ୪ରୁ ୫ ଦିନ ମଧ୍ୟରେ ସ୍ୱାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ତାପମାତ୍ରା କମିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଉପକୂଳ ଅପେକ୍ଷା ଉପାନ୍ତରେ ଅଧିକ ଜାଡ ଅନୁଭୁତ ହେବ । ଏବେ ଜାଡ଼ରେ ଥରୁଛି କନ୍ଧମାଳ । ଜିଲ୍ଲାର ବାଲିଗୁଡ଼ା, ତୁମୁଡ଼ିବନ୍ଧ, କୋଟଗଡ଼, ବେଲଘର, କ.ନୁଆଗାଁ ଆଦି ଅଞ୍ଚଳରେ ତାପମାତ୍ରା କମିବାସହ ଜାଡ଼ରେ ଅସ୍ତବ୍ୟସ୍ତ ହେଲାଣି ଜନ ଜୀବନ । ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡିରେ ଗତକାଲି ସର୍ବନିମ୍ନ ତାପମାତ୍ରା ୮.୫ ଡିଗ୍ରୀ ରେକର୍ଡ ହୋଇଥିଲା ।

hiring

ଆଜି ହଠାତ୍‌ ପାରଦ ତଳମୁହାଁ ହୋଇ ୪ ଡିଗ୍ରୀକୁ ଖସିଆସିଛି । ଏଥିସହିତ ଚଳିତ ବର୍ଷର ପ୍ରଥମ ତୁଷାରପାତ ଦେଖିବାକୁ ମିଳିଛି ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡିରେ । ସହରବାସୀ ଶୀତର ମଜା ନେଉଛନ୍ତି କିନ୍ତୁ ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ଏହି ଶୀତ କଷ୍ଟ ଦେଉଛି । ପ୍ରବଳ ଜାଡ଼ରୁ ଟିକେ ରକ୍ଷା ପାଇବା ପାଇଁ ସ୍ଥାନେ ସ୍ଥାନେ ନିଆଁ ପୁଇଁବାର ଦେଖିବାକୁ ମିଳୁଛି । ଅନ୍ୟପଟେ ଶୀତୁଆ ସକାଳରେ ଚାହା ଦୋକାନରେ ଭିଡ଼ ପରିଲକ୍ଷିତ ହେଉଛି ।

hiranchal ad1
Leave A Reply

Your email address will not be published.

9 + four =