ଝାରସୁଗୁଡ଼ାରୁ ଏହି ଦୁଇ ସହରକୁ ଉଡ଼ିବ ବିମାନ, ନଭେମ୍ବର ୫ ରୁ ଆରମ୍ଭ ହେବ ସେବା

0 189

ଝାରସୁଗୁଡ଼ା: ଗତକାଲି ଦକ୍ଷିଣ ଓଡିଶାର ଲୋକଙ୍କ ଯାତାୟତ ପାଇଁ ଲକ୍ଷ୍ମୀ ଯୋଜନାର ଶୁବାରମ୍ଭ ପରେ ଆଜି ପଶ୍ଚିମ ଓଡ଼ିଶା ଲୋକଙ୍କ ପାଇଁ ଆସିଛି ଖୁସି ଖବର । ଲୋକଙ୍କ ଯାତାୟତକୁ ସୁଗମ ଏବଂ ସହଜ କରିବା ପାଇଁ ଝାରସୁଗୁଡ଼ାରୁ ଆଉ ୨ ସହରକୁ ଆରମ୍ଭ ହେବ ବିମାନ ସେବା । ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଉଡିବ ଇଣ୍ଡିଗୋ ବିମାନ । ଝାରସୁଗୁଡାରୁ କୋଲକାତା ଓ ବେଙ୍ଗାଲୁରୁକୁ ଦୈନିକ ଉଡ଼ିବ ବିମାନ ।
ନଭେମ୍ବର ୫ ତାରିଖରୁ କୋଲକାତା କୁ ବିମାନ ସେବା ଆରମ୍ଭ ହେବା ସହ ନଭେମ୍ବର ୧୫ ତାରିଖରୁ ବାଙ୍ଗାଲୁରୁକୁ ଉଡିବ ଇଣ୍ଡିଗୋ । ଝାରସୁଗୁଡା ଏୟାରପୋର୍ଟ ଅଥରିଟି ବିମାନ ଉଡାଣର ଏକ କାର୍ଯ୍ୟସୂଚୀ ସମ୍ପର୍କରେ ତାଙ୍କର ଅଫିସିଆଲ ଏକ୍ସ ହାଣ୍ଡେଲରେ ସେୟାର କରିଛନ୍ତି । ଏହା ଦ୍ୱାରା ଝାରସୁଗୁଡାକୁ ସିଧାସଳଖ ବେଙ୍ଗାଲୁରୁ ଓ କୋଲକାତା ସହ ଯୋଡି ହେବ । ଏ ନେଇ ଇଣ୍ଡିଗୋ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ଗୁରୁବାର ଠାରୁ ଆଗୁଆ ଟିକେଟ ବିକ୍ରି ଆରମ୍ଭ ହେବ ।
ମିଳିଥିବା ସୂଚନା ଅନୁସାରେ, କୋଲକାତାରୁ ସନ୍ଧ୍ୟା ୫:୫୦ ରେ ବିମାନ ଉଡାଣ କରି ସନ୍ଧ୍ୟା ୭:୨୫ ମିନିଟ୍ ରେ ଝାରସୁଗୁଡ଼ାରେ ପହଞ୍ଚିବ । ସେହିପରି ଝାରସୁଗୁଡ଼ାରୁ ସନ୍ଧ୍ୟା ୭:୫୫ ମିନିଟ୍ ରେ ବାହାରି ରାତି ୯:୨୦ ରେ କୋଲକାତାରେ ପହଞ୍ଚିବ ।
ଏହା ପରେ ନଭେମ୍ବର ୧୫ ରୁ ବେଙ୍ଗାଲୁରୁରୁ ସକାଳ ୧୦:୧୫ ରେ ବିମାନ ଉଡ଼ାଣ କରି ଦିନ ୧୨:୨୦ ରେ ଝାରସୁଗୁଡ଼ାରେ ପହଞ୍ଚିବ । ପୁଣି ଦିନ ୧୨:୫୦ ରେ ବାହାରି ଦିନ ୨:୫୫ ରେ ବେଙ୍ଗାଲୁରୁରେ ପହଞ୍ଚିବ ।

hiranchal ad1
Leave A Reply

Your email address will not be published.

eighteen − 4 =