ଜମି ପଟ୍ଟା ଓ ଆବାସ ଦାବିରେ ଧାରଣା

0 115

ବଲାଙ୍ଗୀର: ଭିଲେଜରସ୍‌ ଇଣ୍ଡିଆ ପାର୍ଟି ଓ ଭୂମିହୀନ ମହିଳା ସଂଘର ଶତାଧିକ ମହିଳା ଓ ପୁରୁଷ ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଭୂମିହୀନ ଓ ବିସ୍ଥାପିତ ବସ୍ତି ବାସିନ୍ଦାଙ୍କୁ ବସୁନ୍ଧରା ଜାଗା ମିଶନ ପଟ୍ଟା ସହ ଆବାସ ଯୋଜନାରେ ସାମିଲ, ପଟ୍ଟା ପାଇଥିବା ଭୂମିହୀନଙ୍କ ଜାଗା ଚିହ୍ନଟ ଓ ଘର, ଭଡାରେ ରହୁଥିବା ଓ ଉଷା କାର୍ଡଧାରୀଙ୍କୁ ଆବାସ, ସହରରେ ବୃକ୍ଷ ରୋପଣ ଓ ଡ୍ରେନ କବଜା ହଟାଇବା ତଥା ରାସ୍ତା କଡରୁ ମାଂସ ଦୋକାନ ହଟାଇବା ଦାବି କରିଥିଲେ । ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ରକୁ ଭିଲେଜରସ୍‌ ଇଣ୍ଡିଆ ପାର୍ଟି ରାଷ୍ଟ୍ରିୟ ଅଧକ୍ଷ ଡ. ବିପିନ କୁଶଲିଆ, ମୀନା ସାଏ, ସୁକାନ୍ତି ନନ୍ଦ, ଦ୍ରୌପଦୀ ସେଠ, ଦୀପାଞ୍ଜଳି ଦୀପ ପ୍ରମୁଖ ଡେପୁଟି କଲେକ୍ଟର ଗୁପ୍ତେଶ୍ୱରଙ୍କୁ ଦେଇଥିଲେ । ସଦେଇପାଲି, ପଥରଚେପା, ଖଇରାପଡା, ଗନ୍ଧରେଲ, ସୂର୍ଯ୍ୟନଗର ଓ ଆମ୍ବେଦକର ନଗର ଭୂମିହୀନ ଯୋଗଦାନ କରିଥିଲେ । ଇତି ମଧ୍ୟରେ ପ୍ରଶାସନ କିଛି ପଦକ୍ଷେପ ନେଇଛି କିନ୍ତୁ ଆଶା ଅନୁରୂପ ନୁହଁ । ଜାଗା ମିଶନ ଓ ଆବାସ ପ୍ରଦାନକୁ ଅଭିଯାନ ଓ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କରାଯାଉ ଅନ୍ୟଥା ଆନ୍ଦୋଳନ ପାଇଁ ପ୍ରଶାସନ ଦାୟୀ ରହିବ ବୋଲି କୁଶଲିଆ କହିଛନ୍ତି ।

hiranchal ad1
Leave A Reply

Your email address will not be published.

4 × 2 =