ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ | ଦିନ ଦ୍ୱିପହରରେ ଉପକାରାଗାରରୁ ବିଚାରଧିନ କଏଦୀ ଚମ୍ପଟ

0 179

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ କାରାଗାରରୁ କଏଦୀ ଫେରାର୍‌ । ଦିନ ଦ୍ୱିପହରରେ ପୋଲିସକୁ ଚକମା ଦେଇ ଫେରାର୍‌ ହେଲେ ବିଚାରଧୀନ କଏଦୀ । ପ୍ରଥମେ କାରାଗାର ପକ୍ଷରୁ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରିବାପରେ ଶେଷରେ ବାଲିଗୁଡ଼ା ଥାନାରେ ଏନେଇ କାରାଗାର ପକ୍ଷରୁ ଏତଲା ଦିଆଯାଇଥିବା ଜଣାପଡ଼ିଛି । ଫେରାର ଅଭିଯୁକ୍ତ ଜଣକ ବ୍ରାହ୍ମଣୀଗାଁ ଅଂଚଳର ଟୁକୁନା ମଳିକ (୩୮) ଏକ ହତ୍ୟା ମାମଲାରେ ଦେଢ଼ ବର୍ଷ ହେବ ସଜା କାଟୁଥିଲେ ।

hiring

ବିଚାରାଧିନ କଏଦୀ କାରାଗାରରୁ ଫେରାର ହେବା ପରେ ଏବେ ଉପଖଣ୍ଡ କାରାଗାରର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମିଳିଥିବା ସୂଚନା ଅନୁଯାୟୀ କଏଦୀ ଜଣକ କାରାଗାର ଗେଟ୍‌ ରେ ରହିବା,ଜେଲ ସୁପରଟେଣ୍ଡଙ୍କ ବ୍ୟକ୍ତିଗତ କାର୍ଯ୍ୟ କରିବା ସହ ଅନ୍ୟ କର୍ମଚାରୀ ମାନଙ୍କ କର୍ଯ୍ୟ ମଧ୍ୟ କରିଆସୁଥିଲା ।

ଗତକାଲି କିଛି କଏଦୀଙ୍କ ଜାମିନ୍‌ ହୋଇଥିବା ବେଳେ ସେମାନଙ୍କୁ ଗେଟ୍‌ ରେ ଛାଡ଼ିବା ସମୟରେ ଟୁକୁନା ମଳିକ ସେମାନଙ୍କ ସହ ମିଶି ଫେରାର୍‌ ହୋଇଯାଇଥିବା ଜଣାପଡ଼ିଛି । ପୂର୍ବରୁ ମଧ୍ୟ ଜେଲ୍‌ ସୁରକ୍ଷା ନେଇ ଓ କଏଦୀକୁ ଗେଟ୍‌ ରେ ଆଣି ଖଟା ଯାଇଥିବା ମଧ୍ୟ ଅଭିଯୋଗ ହୋଇ ଆସୁଥିଲା । ବ୍ରହ୍ମପୁର ଜେଲ୍‌ ଡିଆଇଜି ଆସି ଏ ସମ୍ପର୍କରେ ତଦନ୍ତ କରି ଯାଇଥିଲେ । ଏ ସଂପର୍କରେ ଜେଲ ସୁପରିଟେଣ୍ଡଙ୍କୁ ପଚାରିବାରୁ ସେ କହିଛନ୍ତି ସେମାନେ ଆସି କାମ କରୁଥିଲେ । ତାଙ୍କ କାର୍ଯ୍ୟକଳାପରେ ପରିବର୍ତ୍ତନ ଦେଖି ଗେଟ୍‌ କୁ ଅଣାଯାଇଥିଲା । କିନ୍ତୁ ଜଣେ ବିଚାରାଧୀନ କଏଦୀକୁ ଗଟ୍‌ କୁ ଆଣିବା ଓ ସ୍ୱାଧିନ ଦେବା କେତେଦୂର ଯୁକ୍ତିଯୁକ୍ତ ତାହାର ତଦନ୍ତ ଆବଶ୍ୟକ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

hiranchal ad1
Leave A Reply

Your email address will not be published.

4 × four =