ବାରିଝୋଲାରେ ପାନୀୟ ଜଳ ସଙ୍କଟ ଦୂର, ଓଭରହେଡ୍‌ ପାଣି ଟ୍ୟାଙ୍କର ଉଦଘାଟନ କଲେ ଆଦିବାସୀ କଲ୍ୟାଣ ମନ୍ତ୍ରୀ

0 70

ରାୟଗଡା : ରାତି ପାହିଲେ ପାନୀୟ ଜଳ ଚିନ୍ତା ଘାରୁଥିଲା । ଏକମାତ୍ର ଭରସା ଥିଲା ଶିରିଗୁଡା ନିକଟସ୍ଥ ନଦୀ ତଥା ଗାଁ ପାଖ ପାହାଡିଆ ନାଳ । ଯେଉଁଠିକୁ ଭୋର ସକାଳୁ ୨କିଲୋମିଟରୁ ଉଦ୍ଧ୍ୱର୍ ରାସ୍ତା ଗରା ଧରି ଚାଲି ଯାଉଥିଲେ ଗାଁର ମହିଳାମାନେ । ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧିନସ୍ଥ ଜିଲ୍ଳା ଜଳ ଯୋଗାଣ ଓ ପରିମଳ ମିଶନ ଦ୍ୱାରା ଷ୍ଟାଣ୍ଡ ପୋଷ୍ଟ ଯୋଗେ ଜଳ ଯୋଗାଣର ବ୍ୟବସ୍ଥା ମଧ୍ୟ ଫେଲ୍‌ ମାରିଥିଲା । ଫଳରେ ପାଣିକୁ ନେଇ ଗାଁ ବାସିନ୍ଦାଙ୍କ ମଧ୍ୟରେ ନିତିଦିନ କଳହ ଲାଗି ରହୁଥିଲା । ଏହା ଆଜି ନୁହେଁ କି କାଲି ନୁହେଁ ଦୀର୍ଘ ୪୦ବର୍ଷ ଧରି ପାଣି ପାଇଁ ଏପରି ଅସୁବିଧାର ସମ୍ମୁଖୀନ ହେଉଥିଲେ ରାୟଗଡା ଜିଲ୍ଳା ସଦର ବ୍ଳକ ହାଲୁଆ ପଂଚାୟତ ବାରିଝୋଲା ଗାଁ ଲୋକେ । ତେବେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବସୁଧା ଓ ଜଳ ଜୀବନ ମିଶନ ଯୋଜନାରେ ନିର୍ମିତ ପ୍ରକଳ୍ପ ଦ୍ୱାରା ଦୂର ହୋଇଛି ଗାଁ ଲୋକଙ୍କ ସମସ୍ୟା । ବାରିଝୋଲା ଗ୍ରାମରେ ୧ଲକ୍ଷ କ୍ଷମତା ବିଶିଷ୍ଠ ଓଭରହେଡ୍‌ ଟ୍ୟାଙ୍କ ନିର୍ମାଣ ଓ କାର୍ଯ୍ୟକ୍ଷମ ପରେ ଗାଁରେ ଖେଳି ଯାଇଛି ଖୁସିର ଲହରୀ । ଘରକୁ ଘର ପାନୀୟ ଜଳ ଯୋଗାଣ ନିମନ୍ତେ ୫୧.୩୬ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିିତ ପ୍ରକଳ୍ପର ୧ଲକ୍ଷ କ୍ଷମତା ବିଶିଷ୍ଠ ଓଭରହେଡ୍‌ ଟ୍ୟାଙ୍କ୍‌ର ଶୁଭ ଉଦଘାଟନ କରିଛନ୍ତି ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା । ଗାଁ ମୁଣ୍ଡରୁ ମନ୍ତ୍ରୀଙ୍କ ସମେତ ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ, ରାୟଗଡା ବିଧାୟକ ମକରନ୍ଦ ମୁଦୁଲି,ଜିଲ୍ଳା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲା,ବିଜୁ ମହିଳା ଜନତା ଦଳ ଜିଲ୍ଳା ସଭାନେତ୍ରୀ ଶ୍ରୀମତି ଅନୁସୂୟା ମାଝିଙ୍କୁ ପାରିମ୍ପରିକ ନାଚଗୀତ ଓ ବାଜା ବଜେଇ ପୋଛୋଟି ଆଣିଥିଲେ ଗାଁ ଲୋକେ ।

hiring

ଦୀର୍ଘ ୪୦ବର୍ଷ ଧରି ପାଣି ସମସ୍ୟାର ସ୍ଥାୟୀ ସମାଧାନ ହୋଇ ପାରିଥିବାରୁ ଗାଁ ଲୋକେ ଉପକୃତ ହୋଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ସାରକା ଏବଂ ରାଜ୍ୟ ସଭା ସାଂସଦ ଶ୍ରୀ ରାଓ ପ୍ରକାଶ କରିଥିଲେ । ସେହିପରି ପ୍ରତ୍ୟେକ ଗାଁରେ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ରାଜ୍ୟ ସରକାରଙ୍କ ବସୁଧା ଭଳି ଅନ୍ୟ ଯୋଜନାଗୁଡିକ କାର୍ଯ୍ୟକ୍ଷମ ହେଉଥିବାରୁ ପାନୀୟ ଜଳ ସମସ୍ୟା ଧୀରେ ଧୀରେ ହ୍ରାସ ହେବାରେ ଲାଗିଛି ବୋଲି ବିଧାୟକ ଶ୍ରୀ ମୁଦୁଲି ପ୍ରକାଶ କରିଥିଲେ । ଅପରପକ୍ଷେ ବାରିଝୋଲା ଗ୍ରାମରେ ପୂର୍ବରୁ ଷ୍ଟାଣ୍ଡ ପୋଷ୍ଟ ଯୋଗେ ପାଣି ଯୋଗାଣ ହେଉଥିବା ବେଳେ ତାହା ପର୍ଯ୍ୟାପ୍ତ ହୋଇ ପାରୁ ନ ଥିଲା । ଗାଁ ବାସୀନ୍ଦାଙ୍କ ଦାବିକୁ ନେଇ ଜଳ ଜୀବନ ମିଶନ ଓ ବସୁଧା ଯୋଜନାରେ ଗାଁରେ ଏକ ଓଭରହେଡ୍‌ ଟାଙ୍କି, ପାଇପ ଲାଇନର ପରିବର୍ତ୍ତନ ଓ ଘର ଘରକୁ ପାଇପ ସଂଯୋଗ ଦେବା ପାଇଁ କାର୍ଯ୍ୟ ସଂପାଦନା କରାଯାଇଥିଲା ଓ ତାହା ଆଜି ସଫଳ ହୋଇଥିବା ନେଇ ଜିଲ୍ଳା ଗ୍ରାମ୍ୟ ଜଳ ଯୋଗାଣ ରାୟଗଡା ଡିିଭିଜନ୍‌ ସୁପରଟେନଡିଂ ଇଂଜିନିୟର ପ୍ରକାଶ କରିଛନ୍ତି । ବାରିଝୋଲା ଗ୍ରାମରେ ଓଭରହେଡ୍‌ ଟ୍ୟାଙ୍କ ନିର୍ମାଣ ଓ ଘରକୁ ଘର ଜଳ ଯୋଗାଣ ପାଇଁ କରାଯାଇଥିବା ବ୍ୟବସ୍ଥାରେ ସନ୍ତୁଷ୍ଟ ହୋଇ ଗ୍ରାମର ସୁମିତା କଣ୍ଡାଗରୀ,ଶିଙ୍ଗାରୀ ବିଡିକା,ମାର୍ଧାରାଓ ବିଡିକା, କାନ୍ତାରୁ ବିଡିକାଙ୍କ ସମତେ ଅନ୍ୟମାନେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

hiranchal ad1
Leave A Reply

Your email address will not be published.

four × three =