ଜଙ୍ଗଲରେ କୁଡିଆକରି ରହୁଥିଲେ, ସ୍ୱେଚ୍ଛାସେବୀଙ୍କ କଥା ରଖି ଗାଁକୁ ଫେରିଲେ ବୃଦ୍ଧା

0 132

ପାଟଣାଗଡ଼: ଦୀର୍ଘ ୨୭ ବର୍ଷ ହେବ ଡାହାଣୀ ସନ୍ଦେହ କରିବାରୁ ନିଜକୁ ଘୃଣ୍ୟ ମନେ କରି ଗାଁ ଠାରୁ ଦେଢ଼ କିମି ଦୂରରେ ଏକ ଜଙ୍ଗଲରେ କୁଡ଼ିଆ ଘରେ ଦୟନୀୟ ଭାବରେ ଏକୁଟିଆ ବସବାସ କରୁଥିଲେ ୧୧୦ବର୍ଷିଆ ବୃଦ୍ଧା ମହିଳା ପ୍ରତିମା ଧରୁଆ । ସେଠାରେ ନିଜକୁ ନିଜଘରଠାରୁ, ନିଜ ଗାଁଠାରୁ ନିଜଜାତିସମାଜ ଠାରୁ ଦୂରେଇ ରହି ନିଜ ହିସାବରେ ଦୁର୍ବିସହ କଠୋର ଜୀବନ ଅତିବାହିତ କରୁଥିଲେ । କାହାରି ସାହାରା ନେବାକୁ ଇଚ୍ଛା କରୁନଥିଲେ । ଯେଉଁଠାରେ ରହୁଥିଲେ ସେ ଜାଗାକୁ ରାସ୍ତା ନାହିଁ, ପିଇବା ପାଣି ସୁବିଧା ନାହିଁ ଜନସାଧାରଣଙ୍କ ଯିବା ଆସିବା ମଧ୍ୟ ହୁଏ ନାହିଁ । ଏ ଯୁଗରେ ମଧ୍ୟ କଠୋର ଜୀବନ କାଟୁଥିଲେ । ପରିବାର ସଦସ୍ୟମାନେ ନିଜ ଗାଁ ଘରକୁ ଯିବାକୁ ଅନେକ ଥର କହିଥିଲେ ମଧ୍ୟ କାହାରି କଥା ଶୁଣୁନଥିଲେ ।

hiring

ଦୀର୍ଘ ବର୍ଷ ହେବ ସ୍ୱାମୀ ମୃତ୍ୟୁ ବରଣ କରିଛନ୍ତି ଏବଂ ଦୀର୍ଘ କୋଡିଏ ବର୍ଷ ହେବ ନିଜ ପୁଅ କେଉଁ ଆଡେ ଉଭାନ ହୋଇ ଯାଇଛନ୍ତି ଯେ, ଆଜି ପର୍ଯ୍ୟନ୍ତ ତାଙ୍କରି ଖୋଜ ଖବର ନାହିଁ । ନିଜ ବୋହୂ ଏକୁଟିଆ ରହୁଛନ୍ତି । ନାତିମାନେ ଅଲଗା ରହୁଛନ୍ତି । ସରକାରୀ ଯୋଜନା କହିଲେ କେବଳ ଭତ୍ତା ଆକାରେ ୭୦୦ଟଙ୍କା , ରାସନ ଚାଉଳ ଓ ଆବାସ ଯୋଜନାରେ ବଞ୍ଚିତ । ଏହି ଦୟନୀୟ ଖବର ପାଇ ସେବା ଚ୍ୟାରିଟେବୁଲ ଟ୍ରଷ୍ଟ ବୃଦ୍ଧା ମହିଳାଙ୍କ ପାଖକୁ ଯାଇ ଭଲ ମନ୍ଦ ବୁଝି ପାଟଣାଗଡ଼ ବିଡ଼ିଓଙ୍କ ଠାରେ ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ । ଅଭିଯୋଗକୁ ଭିତ୍ତି କରି ବିଡ଼ିଓ ବି.ଏସ .ଏସ .ଓ ଙ୍କୁ ପଠେଇ ଥିଲେ । ସେମାନେ ତାଙ୍କୁ ଉଦ୍ଧାର କରି ବଲାଙ୍ଗୀର ସାଲେପାଲି ଦେଓଗାଁ ସ୍ଥିତ ବୃଦ୍ଧା ଆଶ୍ରମ ରେ ଥଇଥାନ କରିବା ପାଇଁ ବ୍ୟବସ୍ଥା କରିଥିଲେ । ଏହି ସମୟରେ ସେବା ଚ୍ୟାରିଟେବୁଲ ଟ୍ରଷ୍ଟ ର ସଦସ୍ୟ ମାନେ ମଧ୍ୟ ଉପସ୍ଥିତ ଥିଲେ । ବୃଦ୍ଧା ଜଣଙ୍କ ଆଶ୍ରମକୁ ଯିବାକୁ ମନା କରିଦେଇଥିଲେ ।

ପରେ ବୋହୂ ସେବା ଚ୍ୟାରିଟେବୁଲ ଟ୍ରଷ୍ଟର ଅନୁରୋଧ ରଖି ନିଜ ପାଖରେ ରଖିବାକୁ ସ୍ୱୀକାର କରିଥିଲେ । ପରେ ସେଠାରୁ ବୃଦ୍ଧା ମହିଳାଙ୍କୁ ଉଦ୍ଧାର କରି ଜଙ୍ଗଲ ଘେରା ପରିତ୍ୟକ୍ତ ଅଞ୍ଚଳରୁ ରାସ୍ତା ପର୍ଯ୍ୟନ୍ତ ବାହାର କରି ଗାଡ଼ିରେ ବସେଇ ଗାଁରେ ଥିବା ବୋହୂ ଘରେ ଛାଡି ଦେଇ ରକ୍ଷଣାବେକ୍ଷଣ ଦାୟିତ୍ୱ ନେବାକୁକୁ କହିଥିଲେ । ବୃଦ୍ଧା ମହିଳାଙ୍କୁ ନିଜ ପରିବାର ତଥା ଗାଁ ର ଭଦ୍ରବ୍ୟକ୍ତି ବାରମ୍ବାର ମନେଇ ଥିଲେ ସୁଦ୍ଧା ମାନିନଥିଲେ କିନ୍ତୁ ସେବା ଚ୍ୟାରିଟେବୁଲ ଟ୍ରଷ୍ଟ ମନେଇବାରୁ କଥାମାନି ଗାଁ ରେ ରହିବାର ବ୍ୟବସ୍ଥା କରିଥିବାରୁ ଗାଁ ତଥା ଅଞ୍ଚଳ ରେ ଖୁସିର ଲହରୀ ଖେଳିଯାଇଛି ।ଏମିତି ଘଟଣା ଘଟିଛି ପାଟଣାଗଡ଼ ବ୍ଲକ କେନ୍ଦୁମୁଣ୍ଡି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତୁଳସୀଡୁଙ୍ଗୁରି ଗାଁର । ଆଜିର ଏହି ଉଦ୍ଧାର କାର୍ଯ୍ୟ ସମୟରେ ସେବା ଚ୍ୟାରିଟେବୁଲ ଟ୍ରଷ୍ଟ ର ଉପସଭାପତି ଗିରିରାଜ ଭୋଇ, ସଦସ୍ୟା ଏଡ଼ଭୋକେଟ ସେବିକା ରାଜହଂସ, ଗୀତାଞ୍ଜଳି ବୁଡେକ, ବାସନ୍ତୀ ବିଶ୍ୱାଳ, ମେଘ ବର୍ଗେ ଓ ପାଟଣାଗଡ଼ ବିଏସଏସଓ କମଳ କାନ୍ତ ବାରିକ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

one × 5 =