ଥାନାରେ ନାହାନ୍ତି ଆବଶ୍ୟକ ମୁତାବକ କର୍ମଚାରୀ

0 139

ହରଭଙ୍ଗା : ସାଧାରଣ ଜନତାଙ୍କ ସୁରକ୍ଷା ପାଇଁ ପୁଲିସ ପ୍ରଶାସନକୁ ସରକାରୀ ନିଯୁକ୍ତି କରିଛନ୍ତି l ସାମାଜିକ ସୁରକ୍ଷା ସହିତ ଦିନରାତି ସଜାଗ ରହୁଛି ପୋଲିସ ହେଲେ ଆବଶ୍ୟକ ଠାରୁ କମ କର୍ମଚାରୀ ନିଯୁକ୍ତି ଥିବା ଥାନା ଓ ଉକ୍ତ ଅଞ୍ଚଳରେ ସୁରକ୍ଷା ବଳ ବାଧା ପ୍ରାପ୍ତ ହେଉଥିବାର ଦେଖିବାବୁ ମିଳିଛି ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନାରେ l ଏହି ଥାନାରେ ଆଡ଼େଣିଗଡ ଠାରେ ଥିବା ଏକ ଫାଣ୍ଡି ଯାଉଥିବା ବେଳେ ମାଧପୁର ଠାରେ ଏକ ପୋଲିସ ଆଉଟ ପୋଷ୍ଟ କାର୍ଯ୍ୟକ୍ଷମ ହେଉନି l ଯେଉଁଥି ପାଇଁ ଉକ୍ତ ଥାନା ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା, ପେଟ୍ରୋଲିଙ୍ଗ ବାଧାପ୍ରାପ୍ତ ହେଉଥିବା ବୁଦ୍ଧିଯିବି ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି l ଥାନାରେ ଜଣେ ଥାନା ଅଧିକାରୀ( IIC)ଛଅ ଜଣ ସବଇନ୍ସପେକ୍ଟର (SI), ଜଣେ ଅତିରିକ୍ତ ସବନ୍ସପେକ୍ଟର (ASI), ଜଣେ ହାବିଲଦାର, ୧୨ଜଣ କନେଷ୍ଟବଳ ମୋଟ ସମୁଦାୟ ୨୧ଜଣ କର୍ମଚାରୀ ନିଯୁକ୍ତି ରହିବାର ଵିଧି ବ୍ୟବସ୍ଥା ଥିବା ବେଳେ ବର୍ତ୍ତମାନ ଥାନାରେ ଜଣେ ଥାନା ଅଧିକାରୀ, ୩ଜଣ ସବନ୍ସପେକ୍ଟର, ଛଅ ଜଣ ହାବିଲଦାର ରୁ ଜଣେ ଛୁଟିରେ, ଏପଟେ ଅତିରିକ୍ତ ସବନ୍ସପେକ୍ଟର ପଦ ଶୂନ ଓ ହାବିଲଦାର ପଦ ଶୂନ ସମୁଦାୟ ୧୦ଜଣ କର୍ମଚାରୀ ରେ ଚାଲୁଛି ଥାନା l ଏଥିରୁ ଅନୁମେୟ ଯେ ଥାନା ଅଧିକାରୀ ଜଣେ କିଭଳି ଏତେବଡ଼ ଥାନା ଅଞ୍ଚଳରେ ସୁରକ୍ଷା ଯୋଗାଇ ପାରିବେ ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି l ତେଣୁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପୁରୁଣାକଟକ ଥାନାରେ ଖାଲି ଥିବା ପଦ ଗୁଡ଼ିକ ପୂରଣ କରିବା ପାଇଁ ପୁରୁଣାକଟକ ଥାନା ଅଞ୍ଚଳବାସି ଦାବି କରିଛନ୍ତି l

hiranchal ad1
Leave A Reply

Your email address will not be published.

5 × five =