ଭବନ ନିର୍ମାଣ ପାଇଁ ଭୂମି ପୂଜନ କଲେ ଯାଦବ ସମାଜ

0 181

କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଯାଦବ ସମାଜ ଭବନ ନିର୍ମାଣ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ସ୍ଥାନୀୟ କେଭି କଲେଜ ସାମ୍ନାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଫାଣ୍ଡିରୁ ପ୍ରଥମ ପର୍ଯ୍ୟାୟରେ ଭବନ ନିର୍ମାଣ ପାଇଁ ନିର୍ବାଚନ ମଣ୍ଡଳୀର ମୁରିବାହାଲ ତୁରିକେଲା ଓ ବଂଗୁମୁଣ୍ଡା ପାଇଁ ୧୦ଲକ୍ଷ ଲେଖାଏଁ ଦିଆଯାଇଛି । ଏହି ପର୍ଯ୍ୟାୟରେ କଣ୍ଟାବାଞ୍ଜିକୁ ୫୦ଲକ୍ଷ ଯୋଗଦାନ ମିଳିଥିବାରୁ ସମାଜ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମନ୍ତ୍ରୀ ସୁଶାନ୍ତ ସିଂକୁ ସାଧୁବାଦ ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ପର୍ମାନନ୍ଦ ହାତୀ, ନଗର ସଭାପତି ବେଦବ୍ୟାସ ନାଗ, ତୁରିକେଲା ବ୍ଲକ ସଭାପତି ମକରଧ୍ୱଜ ନିହାଲ, ମୁରିବାହାଲ ବ୍ଲକ ସଭାପତି ତୀର୍ଥ ହାତି, ଯୁବ ଯାଦବ ସମାଜ ସଭାପତି ଗଙ୍ଗାଧର ହେର୍ଣ୍ଣା ସହ ଅନେକ ସଦସ୍ୟଗଣ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

two × one =