ଓଡିଶାରେ ସ୍ଥାପନ ହେବ ୩୯୩୩ଟି ମୋବାଇଲ ଟାୱାର ଓ ୨୭୨ଟି ପୋଷ୍ଟ ଅଫିସ

0 142

ଭୁବନେଶ୍ୱର: ଉପାନ୍ତ ଓଡିଶାରେ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଆଜି କେନ୍ଦ୍ର ରେଳ ଓ ଇଲେକ୍ଟ୍ରୋନିକ୍‌ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ୩୯୩୩ଟି ଗ୍ରାମରେ ମୋବାଇଲ ଟାୱାର ଓ ୨୭୨ଟି ଡାକଘର ସ୍ଥାପନ ପାଇଁ ଘୋଷଣା କରିଛନ୍ତି । ରାଜ୍ୟର ୧୦ଟି ଆକାଂକ୍ଷୀ ଜିଲ୍ଲାରେ ୪-ଜି ସଂଯୋଗୀକରଣ ପାଇଁ ଏହି ମୋବାଇଲ ଟାୱାର ଗୁଡିକ ସୁବିଧା ପ୍ରଦାନ କରିବ ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ ଏହି ଅବସରରେ ଘୋଷଣା କରିଥିଲେ । ଏହା ବ୍ୟତୀତ ଡାକଘର ଗୁଡିକ ଏବେ ଆଉ କେବଳ ଚିଠି ଆଦାନ ପ୍ରଦାନର ମାଧ୍ୟମ ହୋଇ ରହିନାହିଁ । ଏହା ମାଧ୍ୟମରେ ବ୍ୟାଙ୍କିଙ୍ଗ୍‌ ବ୍ୟବସାୟ କରାଯାଉଥିବା ବେଳେ ଏବେ ଖୁବଶୀଘ୍ର ଡାକଘରଗୁଡିକରେ ରେଳ ଟିକେଟ ବୁକିଂ କରାଯାଇପାରିବ ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଥିଲେ । ବିଏସ୍‌ଏନ୍‌ଏଲ ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ମାତ୍ର ୬ ମାସ ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରାଜ୍ୟର ଯୋଗାଯୋଗ ବିକାଶ ପାଇଁ ଯେଉଁ ପଦକ୍ଷେପ ନେଇଛନ୍ତି ତାହାର ଭୂୟସୀ ପ୍ରଶଂସା କରିଥିଲେ ।

hiring

ଏହି କାର୍ଯ୍ୟକ୍ରମରେ ସାଂସଦ ସଂଗୀତ ସିଂହଦେଓଙ୍କ ସମେତ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର, ଗୋଲକ ମହାପାତ୍ର ପ୍ରମୁଖ ଯୋଗ ଦେଇଥିବା ବେଳେ ଉତ୍ସବକୁ ବିଏସ୍‌ଏନ୍‌ଏଲ୍‌ର ମୁଖ୍ୟ ମହାପ୍ରବନ୍ଧକ ହରିଶ ମହାନ୍ତି ସଂଚାଳନ କରିଥିଲେ ଓ ମୁଖ୍ୟ ଡାକପାଳ ଶୁଭେନ୍ଦୁ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଘୋଷଣା କରାଯାଇଥିବା ଏହି ଟାୱାର ଓ ଡାକଘରଗୁଡିକ ଆସନ୍ତା ୨୦୨୩ ସୁଦ୍ଧା କାର୍ଯ୍ୟକ୍ଷମ ହୋଇଯିବ ।

hiranchal ad1
Leave A Reply

Your email address will not be published.

one × 5 =