କାଫେଟେରିଆ ଖୋଲିବା ନାରେ ପାର୍କକୁ ଦିଆଗଲା ବଳିଦାନ

0 95

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ସହରରେ ଏବେ ବିକାଶ ନାଁରେ ବ୍ୟାପକ ଗଛ କଟା ଚାଲିଥିବା ଅଭିଯୋଗ ହେଉଛି । କେତେବେଳେ ରାସ୍ତା ପ୍ରଶସ୍ତିକରଣ ନାଁରେ ହଜାର ହଜାର ଗଛ କାଟି ଦିଆଯାଉଛି ତ କେତେବେଳେ କାଫେଟେରିଆ ଖୋଲିବା ନାଁରେ ସରକାରୀ କାର୍ଯ୍ୟାଳୟର ବଗିଚା ଧ୍ୱଂସ କରି ଦିଆଯାଉଛି । ଏହିପରି ଏକ କାଫେଟେରିଆ ତିଆରି ନାଁରେ ସଦର ଗୋଷ୍ଠି ଉନ୍ନୟନ କାର୍ଯ୍ୟାଳୟର ଛୋଟ ବଗିଚାଟି ଧ୍ୱଂସ କରି ଦିଆଯାଇଛି । ବଗିଚାରେ ଥିବା ନଡିଆ ଗଛ, ଗୁଆ ଗଛ, ପିଜୁଳିଗଛ, ଦେବଦାରୁ ଗଛ ସମତେ ଅନେକ ଫଳ ମୂଳ ଓ ଫୁଲ ବଗିଚା ଗୁଡିକ ଉପାଡି ଦିଆଯାଇଛି । ତେବେ ପଂଚାୟତ ସମିତି କାର୍ଯ୍ୟାଳୟର ସୁନ୍ଦର ବଗିଚାଟି ଧ୍ୱଂସ କରି ସେହି ଯାଗାରେ କେଫେଟେରିଆ ତିଆରି କରାଯାଉଥିବାରୁ ସହରବାସୀଙ୍କ ଭିତରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ସୁନ୍ଦର ଛୋଟିଆ ଉଦ୍ୟାନଟି ବେଶ ଆକର୍ଷଣୀୟ ଲାଗୁଥିବା ବେଳେ ସେଠାରେ ଥିବା କିଛି ବଡ ବଡ ଗଛର ଛାଇତଳେ ଲୋକେ ଆଶ୍ରୟ ବି ନେଉଥିଲେ ।

hiring

ରାସ୍ତା ପାର୍ଶ୍ୱର ଛାଇରେ ଲୋକେ ମୋଟର ବାଇକ ,କାର ଆଦି ପାର୍କ କରି କିଛି ସମୟ ଆଶ୍ରୟ ବି ନେଉଥିଲେ । ତେବେ ପ୍ରତିବର୍ଷ ଗ୍ରୀଷ୍ମରେ ସହରର ତାପମାତ୍ରା ବଢି ବଢି ଯାଉଥିବା ବେଳେ ବଗିଚା ନଷ୍ଟ କରି ବିକାଶ ନାଁରେ କୋଠା ତିଆରି କରିବା କେତେଦୂର ଗ୍ରହଣୀୟ ବୋଲି ସହରବାସୀ ପ୍ରଶ୍ନ କରିଛନ୍ତି । ବିକାଶ ନାଁରେ ବଗିଚା ନଷ୍ଟ ପରି କାର୍ଯ୍ୟ କଲେ ଆଗାମୀ ଦିନରେ ଏହି ଐତିହାସିକ ସହର ମରୂଭୂଇଁରେ ପରିଣତ ହେବ ବୋଲି ଅଭିଯୋଗ କରି ଗଛସବୁ କଟାଇବା ପୂର୍ବରୁ ଆବଶ୍ୟକିୟ ମଞ୍ଜୁରୀ ନିଆଯାଇଥିଲାକି ବୋଲି ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ ଆଇନଜୀବୀ ଶ୍ୟାମାଓମ୍‌ ପ୍ରସାଦ ମିଶ୍ର । ସାଧାରଣ ଲୋକଟେ ଯଦି ବାଉଁଶ ଖଣ୍ଡେ କାଟିଦିଏ ତ ତା ଉପରେ କାର୍ଯ୍ୟାନୁଷ୍ଠାନ ହେଉଥିବା ବେଳେ ଏକ୍ଷେତ୍ର ରେ ଯଦି ଦରକାର ପଡେ ଆମେ ଗ୍ରୀନ୍‌ ଟ୍ରିବ୍ୟୁନାଲରେ ଆଶ୍ରୟ ନେବୁ ବୋଲି ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି । ଅନ୍ୟ ପକ୍ଷରେ କାଫେଟେରିଆ ପାଇଁ ଅନ୍ୟ ଜାଗା ଚୟନ ନକରି ଏପରି ଏକ ମୂଲ୍ୟବାନ ବଗିଚାକୁ ଉଜାଡି ଦେବା ଏହା ପ୍ରଶାସନର ଏକ ଅଦୁରଦର୍ଶିତାର ଜ୍ୱଳନ୍ତ ଉଦାହରଣ ବୋଲି ପ୍ରକାଶ କରି ଦୋଷୀ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ବିଜେପି ନେତା ତଥା ବରିଷ୍ଠ ଆଇନଜୀବୀ ବଳଦେବ ପ୍ରସାଦ ବେଦବାକ । ଜିଲ୍ଲାର ବୁଦ୍ଧିଜୀବୀ ତଥା ସଚେତନ ବର୍ଗ ମଧ୍ୟ ଏହାର ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲା ପ୍ରଶାସନ ପାଖରେ ଦାବୀ ରଖିଛନ୍ତି ।

hiranchal ad1
Leave A Reply

Your email address will not be published.

twenty − 17 =