ରାୟଗଡା ସହରରେ ଦିନକରେ ୩ଟି ଚୋରି ଘଟଣା,ପୋଲିସର ତଦନ୍ତ ଜାରି

0 64

ରାୟଗଡା: ରାୟଗଡା ସହରରେ ଆଜି ଗୋଟିଏ ଦିନରେ ତିନୋଟି ପୃଥକ୍‌ ପୃଥକ୍‌ ଚୋରି ଘଟଣା ଟାଉନ ଥାନା ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ପୋଲିସ ପେଟ୍ରୋଲିଂ ବ୍ୟବସ୍ଥା ଉପରେ ଏକ ପ୍ରକାର ପ୍ରଶ୍ନବାଚୀ ସୃଷ୍ଟି କରିଛି । ତଥାପି ଚୋରି ଘଟଣାରେ ସଂପୃକ୍ତ ଥିବା ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯାଇ ଜେଲ୍‌ ହେପାଜତକୁ ପଠାଯିବ ବୋଲି ରାୟଗଡା ଟାଉନ ଥାନା ଅଧିକାରୀ ରଶ୍ମିରଂଜନ ପ୍ରଧାନ ପ୍ରକାଶ କରିଛନ୍ତି ।

ରାୟଗଡା ସହରର ଜଗନ୍ନାଥ ମନ୍ଦିର-ଷ୍ଟେଟ ବ୍ୟାଙ୍କ ଛକ ପର୍ଯ୍ୟନ୍ତ ଥିବା ମୁଖ୍ୟ ରାସ୍ତାର ବି.ସତ୍ୟନାରାୟଣ, ମହର୍ଷି ବିଦ୍ୟାମନ୍ଦିର ସ୍କୁଲ ଅଂଚଳର ଅବଦୁଲ ସୁବାନ ଓ ବ୍ରାହ୍ମଣ ସାହିରେ ରହୁଥିବା ଡି.କୁମାର ସ୍ୱାମୀ ଓକିଲଙ୍କ ଘରେ ଚୋରି ହୋଇଥିବା ନେଇ ପୋଲିସ ଥାନାରେ ଏତଲା ଦାୟର ହୋଇଛି । ଘଟଣାସ୍ଥଳ ଗୁଡିକରେ ଟାଉନ ଥାନା ପୋଲିସଙ୍କ ସହ ଡଗସ୍କାର୍ଡ ଓ ସାଇଂଟିଫିକ୍‌ ଟିମ୍‌ ପଂହଚି ତଦନ୍ତ ଆରମ୍ଭ କରିଛନ୍ତି ।

hiring

ଘଟଣାସ୍ଥଳ ଅଂଚଳରେ ଥିବା ସିସିଟିଭି ଫୁଟେଜକୁ ମଧ୍ୟ ପୋଲିସ ସଂଗ୍ରହ କରୁଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ଗତ ୫ଦିନ ହେଲା ଘରେ ତାଲା ପକାଇ ବି.ସତ୍ୟନାରାୟଣ ନିଜ ପରିବାରଙ୍କ ସହ ପାର୍ବତପୁରମ୍‌ ଓ ବିଶାଖାପାଟଣମ ମେଡିକଲରେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଯାଇଥିବା ବେଳେ ତାଙ୍କ ଘରେ ବିଳମ୍ବିତ ରାତ୍ରରେ ଚୋରି ହୋଇଛି । ଆଜି ସକାଳେ ସତ୍ୟନାରାୟଣଙ୍କ ସଂପର୍କୀୟ ଘରକୁ ଆସିଥିବା ବେଳେ ଘର ଖୋଲାଥିବା ଦେଖି ପୋଲିସକୁ ସୂଚନା ଦେଇଥିଲେ । ପରେ ସତ୍ୟନାରାୟଣଙ୍କ ପରିବାର ଚୋରି ସଂପର୍କରେ ଖବର ପାଇ ରାୟଗଡା ଫେରିଥିଲେ । ଘର ଆଲମାରୀରୁ ନଗଦ ୭୦ହଜାର ଟଙ୍କା ସହ ସୁନାରୂପା ଅଳଙ୍କାର ଚୋରି ହୋଇଥିବା ନେଇ ଲିଖିତ ଅଭିଯୋଗ କରିଛନ୍ତି ।

ସେହିପରି ମହର୍ଷି ବିଦ୍ୟାମନ୍ଦିର ଅଂଚଳରେ ରହୁଥିବା ଅବଦୁଲ ସୁବାନ ମଧ୍ୟ ନିଜ ପରିବାରଙ୍କୁ ନେଇ ବିଶାଖାପାଟଣମ୍‌ ଯାଇଥିବା ବେଳେ ଘର ତାଲା ଭାଙ୍ଗି ସୁନାରୂପା ଅଳଙ୍କାର ଚୋରି ହୋଇଥିବା ନେଇ ଏତଲା ଦେଇଛନ୍ତି । ବ୍ରାହ୍ମଣ ସାହିରେ ରହୁଥିବା ଓକିଲି ଡି.କୁମାରସ୍ୱାମୀଙ୍କ ଘରେ ମଧ୍ୟ କେହି ନ ଥିବାର ସୁଯୋଗ ନେଇ ଚୋରମାନେ ତାଙ୍କ ଘରୁ ନଗଦ ୫୦ହଜାର ଟଙ୍କା ଏବଂ ମହକିଲମାନଙ୍କ ଦସ୍ତାବିଜଗୁଡିକ ଚୋରି କରି ନେଇଯାଇଥିବା ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

3 × 4 =