ବାରଙ୍ଗ: ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଶନିବାର ରାତିରେ ଦୁଇଟି ପର୍ଯ୍ୟାୟରେ ୨ଟି ଛୁଆକୁ ଜନ୍ମ ଦେଇଛି ଧଳା ବାଘୁଣୀ ମୌସୁମୀ। ପ୍ରଥମ ଛୁଆ ଶନିବାର ରାତି ୯:୧୫ ଏବଂ ଦ୍ବିତୀୟ ଛୁଆ ରାତି ୧୧:୦୩ ସମୟରେ ଏନ୍କ୍ଲୋଜର ୨୮-ବି’ରେ ଜନ୍ମ ଦେଇଛି। ଜନ୍ମିତ ଛୁଆ ମଧ୍ୟରୁ ଗୋଟିଏ ଛୁଆ ସାଧାରଣ ରଙ୍ଗର ଏବଂ ଅନ୍ୟଟି ଧଳାରଙ୍ଗର ବୋଲି ଜଣାପଡିଛି। ମା’ ସହିତ ଥିବାରୁ ଜନ୍ମିତ ଛୁଆମାନଙ୍କ ଲିଙ୍ଗ ନିର୍ଣ୍ଣୟ ହୋଇପାରିନାହିଁ। ମା’ ଛୁଆମାନଙ୍କର ଯତ୍ନ ନେଇଥିବାର ଜଣାପଡ଼ିଛି।

