ସୁବର୍ଣ୍ଣପୁର :ଭୁବନେଶ୍ୱରଠାରେ ଫିଫା ୧୭ ବର୍ଷରୁ କମ ମହିଳା ବିଶ୍ୱକପ ଫୁଟବଲ ଚାଲିଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଳାରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଳା ପ୍ରଶାସନ ଓ ଜିଲ୍ଳା ଶିକ୍ଷା ବିଭାଗର ମିଳିତ ସହଯୋଗରେ ୧୭ ବର୍ଷରୁ କମ ଉଭୟ ବାଳକ ଓ ବାଳିକା ବର୍ଗରେ ଜିଲ୍ଲାସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ସୋନପୁର ସହର ସ୍ଥିତ ରୋୟାଲ ପଡିଆରେ ଗତ ୧୨ତାରିଖ ଦିନ ମହାସମାରୋହରେ ଆରମ୍ଭ ହୋଇଛି । ଆଜି ଚତୁର୍ଥ ଦିନରେ ଜିଲ୍ଳା ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀମତୀ ଭୋଇଙ୍କ ସଭାପତିତ୍ୱରେ ସୁବର୍ଣ୍ଣପୁର ସଦର ଅବକାରୀ ନିରିକ୍ଷକା ସୁମତୀ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ସୋନପୁର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୌମ୍ୟ ରଞ୍ଜନ ସ୍ୱାଇଁ, ମହାଦେବ ପାଲି ଫାଣ୍ଡି ଅଧିକାରୀ ଦିଲ୍ଲୀପ କୁମାର ସାହୁ ଉପସ୍ଥିତ ଥିଲେ । ଜିଲ୍ଳା ଶାରୀରିକ ଶିକ୍ଷା ନିରୀକ୍ଷକ ଦୁର୍ଯ୍ୟୋଧନ ରାଉତ, ଅତିରିକ୍ତ ଜିଲ୍ଳା ଶାରୀରିକ ଶିକ୍ଷା ନିରୀକ୍ଷକ ସତ୍ୟନାରାୟଣ ତ୍ରିପାଠୀ ପ୍ରମୁଖ ଯୋଗଦାନ କରିଥିଲେ । ରାଜ୍ୟ ସରକାରଙ୍କ ତରଫରୁ ଜିଲ୍ଲା ପାଇଁ “ଫୁଟବଲ ଫର ଅଲ’ଯୋଜନାରେ ପ୍ରଦତ୍ତ ଫୁଟବଲ ସ୍କୁଲ ଗୁଡିକୁ ପ୍ରଦାନ କରିଥିଲେ । ଚତୁର୍ଥ ଦିନରେ ଫୁଟବଲ ମ୍ୟାଚ ବାଳିକା ବର୍ଗ ବିନିକା ବ୍ଲକ ଓ ଉଲୁଣ୍ଡା ବ୍ଲକ ମଧ୍ୟରେ ଅନୁଷ୍ଠିତ ହୋଇଥିବା । ନିର୍ଦ୍ଧାରିତ ସମୟ ମଧ୍ୟରେ କେହି କାହାକୁ ଗୋଲ ଦେଇ ନପାରିବାରୁ ଟ୍ରାଏ ବେକର ଜରିଆରେ ୨-୩ ଗୋଲରେ ବିନିକା ବିଜୟୀ ହେବା ସହ ଫାଇନାଲକୁ ଯାଇଛି । ଫାଇନାଲରେ ବୀରମହାରାଜପୁର ସହ ଆସନ୍ତା ୧୭ତରିଖରେ ଖେଳିବ । ଠିକ୍ ସେହିପରି ବାଳକ ବର୍ଗରେ ଡୁଙ୍ଗୁରିପାଲି ବ୍ଲକ ଓ ତରଭା ବ୍ଲକ ମଧ୍ୟରୁ ଏହି ମ୍ୟାଚରେ ଡୁଙ୍ଗୁରିପାଲି ବ୍ଲକ ତରଭା ବ୍ଲକକୁ ୬-୦ ରେ ପରାସ୍ତ କରି ଫାଇନାଲରେ ପହଞ୍ଚିଛି ।
ବାଳକ ବିଭାଗରେ ଡୁଙ୍ଗୁରିପାଲି ଦଳର ସୈରଭ ମହାନନ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କୃତ ହୋଇଥିଲେ ।
ପ୍ରତ୍ୟେକ ଦିନ ମ୍ୟାଚ ସକାଳ ୯ ଘଣ୍ଟାରୁ ୧ଟା ଯାଏ ଚାଲିଛି । ପଡିଆର ବିଭିନ୍ନ କାର୍ଯ୍ୟକ୍ରମ ପରିଚାଳନା ରେ ପଡିଆ ପରିଚାଳକ, ଖେଳ ଶିକ୍ଷକ ରଘୁନାଥ ଥନାପତିଙ୍କ ତତ୍ତ୍ୱାବଧାନରେ ଖେଳ ଶିକ୍ଷକ ଶ୍ୟାମସୁନ୍ଦର ନାଏକ, ସଞ୍ଜୟ ସାହୁ, ମହମ୍ମଦ କଲିମଙ୍କ ସହଯୋଗରେ ପରିଚାଳିତ ହେଉଛି ।
ଆଜି ସମସ୍ତ ବ୍ଲକ ସ୍ତରରୁ ଫୁଟବଲ ଦଳ, ଜିଲ୍ଲାର ସମସ୍ତ ହାଇସ୍କୁଲର ଖେଳ ଶିକ୍ଷକ ଯୋଗ ଦେଇଥିଲେ । ବ୍ଲକ କ୍ରୀଡା ସଂପାଦକଙ୍କ ତତ୍ତ୍ୱାବଧାନରେ ସମସ୍ତ ବ୍ଲକ ଫୁଟବଲ ଟିମ ଜିଲ୍ଲାସ୍ତରୀୟ ଫୁଟବଲ ପ୍ରତିଯୋଗିତାରେ ଭାଗ ନେଇ ଥିବାରୁ ବ୍ଲକ ସଂପାଦକମାନଙ୍କୁ ବିଦ୍ୟାଳୟ କ୍ରୀଡା ସଂପାଦକ ଦୁର୍ଯ୍ୟୋଧନ ରାଉତ ଧନ୍ୟବାଦ ଅର୍ପଣ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.