କଳିଙ୍ଗା ଘାଟିରେ ପର୍ଯ୍ୟଟକଙ୍କ ବସ୍‌ ଦୁର୍ଘଟଣାଗ୍ରସ୍ତ | ୪୫ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ, ୩ ଗୁରୁତର

0 186

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଥାନା କଳିଙ୍ଗା ଘାଟିରେ ଗତକାଲି ସନ୍ଧ୍ୟା ପ୍ରାୟ ୭.୩୦ରେ ପଶ୍ଚିମବଙ୍ଗର ପୂର୍ବ ମେଦିନିପୁର ଜିଲ୍ଲା ଗୋବିନ୍ଦପୁର ଗାଁରୁ ଆସିଥିବା ଏକ ପର୍ଯଟକଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ଏଥିରେ ୪୫ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଥିବା ବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର ହୋଇଛି । ଗୁରୁତରମାନଙ୍କୁ ବ୍ରହ୍ମପୁର ବଡମେଡିକଲକୁ ସ୍ଥାନାନ୍ତରିତ କରାଯାଇଛି । ଖବର ପାଇ ଘଟଣାସ୍ଥଳରେ ୧୦୮ଆମ୍ବୁଲାନ୍ସ ଏବଂ ଦମକଳବାହିନୀର ଗାଡି ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛି । ଖବରଲେଖା ହେବା ପର୍ଯ୍ୟନ୍ତ ଆହତଙ୍କୁ ଘୁ.ଉଦୟଗିରି ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଉଥିବା ଜଣାପଡିଛି । ଥାନାଧିକାରୀ ରେବତୀ ଶବର ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବା ସହ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି ।

କଳିଙ୍ଗା ଘାଟିରେ ପର୍ଯ୍ୟଟକଙ୍କ ବସ୍‌ ଦୁର୍ଘଟଣାଗ୍ରସ୍ତ
hiring


ସୂଚନା ପ୍ରକାରେ ପଶ୍ଚିମବଙ୍ଗର ଗୋବିନ୍ଦପୁରରୁ ୬୦ଜଣ ପର୍ଯ୍ୟଟକଙ୍କୁ ନେଇ ଏକ ପର୍ଯ୍ୟଟକ ବସ୍‌ ନଂ(ଡବ୍ଳୁବି୨୯ଏ ୨୯୯୯) ପ୍ରାୟ ୬୦ ପର୍ଯ୍ୟଟକଙ୍କୁ ନେଇ ଦାରିଙ୍ଗବାଡିରେ ଆସିଥିବା ବେଳେ ସନ୍ଧ୍ୟାରେ ବଣଭୋଜି ସାରି ପୁରୀ ଅଭିମୁଖେ ବାହାରି ଥିଲେ । ଗତକାଲି ରାତିରେ ଗୋପାଳପୁର ରହି ଆଜି ପୁରୀ ଅଭିମୁଖେ ବାହାରିବାର ଯୋଜନା ପ୍ରସ୍ତୁତ କରିଥିଲେ । ବସ୍‌ଟି ୬ କିମି କଳିଙ୍ଗା ଘାଟି ଅତିକ୍ରମ କରି ସାରିବା ପରେ ଅନ୍ଧାରକୋଟ ତୀକ୍ଷ୍‌ଣ ବୁଲାଣି ନିକଟରେ ବ୍ରେକ୍‌ଫେଲ ହୋଇଯିବାରୁ ପାର୍ଶ୍ୱସ୍ଥ ଗାର୍ଡୱାଲକୁ ଧକ୍କା ଦେଇ ଓଲଟି ପଡିଥିଲା । ଫଳରେ ବସ୍‌ରେ ବସିଥିବା ଯାତ୍ରୀ ଭିତରେ ରହିଯାଇଥିଲେ । ଏହି ସମୟରେ ଟିକାବାଲିରୁ ଭଞ୍ଜନଗର ଯାଉଥିବା ଏକ କାରର ଯାତ୍ରୀ ଓହ୍ଲାଇ ଆଗପଟୁ କାଚ ଭାଙ୍ଗି ଯାତ୍ରୀଙ୍କୁ ଉଦ୍ଧାର କରିଥିବା ସହ ଆମ୍ବୁଲାନ୍ସ ଓ ଦମକଳ କେନ୍ଦ୍ରକୁ ଖବର ଦେଇଥିଲେ ।

୧୦ଜଣଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବା ବେଳେ ଆଜି ଘୁ ଉଦୟଗିରି ତହସିଲଦାର ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଶକ୍ତିକାନ୍ତ ମଲ୍ଲିକ ଓ ଟିକାବାଲି ଅଡିସନାଲ ତହସିଲଦାର ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ଆହତଙ୍କ ଅବସ୍ଥା ବୁଝିଥିଲେ । ଗତ ରାତ୍ରି ଠାରୁ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ଲୋକମାନଙ୍କୁ ସଂଜୀବନି ପାଥଲୋଜି ପକ୍ଷରୁ ଖାଦ୍ୟ ମାଗଣାରେ ଯୋଗାଉଥିବା ସୂଚନା ରହିଛି । ବାହାର ରାଜ୍ୟର ଲୋକେ ଆମ ଅଂଚଳରେ ଦୁର୍ଘଟଣା ଦ୍ୱାରା କଷ୍ଟ ପାଉଥିବା ଲୋକଙ୍କ ନିମନ୍ତେ ଅନୁକମ୍ପା ଦେଖାଇଛନ୍ତି ଭାଇ ନିତ୍ୟସୁନ୍ଦର ଦାସ ଓ ଜଗନ୍ନାଥ ରଥ ସମେତ ହିମାଂଶୁ ଶେଖର, ଚିକୁ ପ୍ରଧାନ, ଶିବାନୀ ପ୍ରସାଦ ମିଶ୍ର ସହଜଗ କରିଥିଲେ । ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସମସ୍ତଙ୍କୁ ଉତ୍ତମ ଚିକିତ୍ସା ଯୋଗେଇଦେବା ପାଇଁ ପ୍ରୟାସ କରାଯାଉଥିବା ସୂଚନା ରହିଛି । ଯେପରି ସୁସ୍ଥ ହେଲେ ସେମାନେ ନିଜ ନିଜ ଅଞ୍ଚଳକୁ ଫେରିବେ ।

hiranchal ad1
Leave A Reply

Your email address will not be published.

1 × 2 =