ନୟାଗଡ଼-ପୁରୀ ପାସେଞ୍ଜର ଟ୍ରେନ ପୁନଃ ଚଳାଚଳ ପାଇଁ ଦାବୀ

0 124

ଦଶପଲ୍ଲା : ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଖେଇ ଆସୁଥିବା ବେଳେ ଗତ ୨୦୨୦ ଠାରୁ କୋଭିଡ ମହାମାରୀ ପାଇଁ ସାମୟିକ ବ୍ୟାହତ ରହିଥିବା ନୟାଗଡ-ପୁରୀ ନିୟମିତ ପାସେଞ୍ଜର ଟ୍ରେନ ପୁନଃ ଚଳାଚଳ ପାଇଁ ପୂର୍ବତଟ ରେଳବାଇ କର୍ତ୍ତୃପକ୍ଷ ନିର୍ଦ୍ଦେଶ ପ୍ରଦାନରେ ଅହେତୁକ ବିଳମ୍ବ ସାଢେ ବାର ଲକ୍ଷ ଜିଲ୍ଲାବାସୀ ଏବଂ ଜଗନ୍ନାଥ ପ୍ରେମୀଙ୍କୁ ଗଭୀର ଆଘାତ ଦେଉଛି । ନୟାଗଡ-ପୁରୀ ପାସେଞ୍ଜର ଟ୍ରେନକୁ ସ୍ୱାଭାବିକ କରିବା ପାଇଁ ସ୍ଥାନୀୟ ଲୋକ ପ୍ରତିନିଧି, ଜିଲ୍ଲା କଂଗ୍ରେସ ସଭାପତି ତତ୍‌ ସହ ବିଭିନ୍ନ ଗଣ ସଂଗଠନ କାର୍ଯ୍ୟକର୍ତ୍ତା ରେଲୱେ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କଲା ପରେ ମଧ୍ୟ କୌଣସି ଆନ୍ତରିକ ଉଦ୍ୟମ ଆରମ୍ଭ ହୋଇପାରିଲା ନାହିଁ । ଆଇନଜୀବି ରଣଜିତ ଦାଶ ଆଉ ପାଦେ ଆଗେଇ ଆଜି ପୂର୍ବତଟ ରେଲୱେ ମହା ପ୍ରବନ୍ଧକଙ୍କୁ ପକ୍ଷଭୁକ୍ତ କରି ମାନନୀୟ ଅଧ୍ୟକ୍ଷ, ସ୍ଥାୟୀ ଲୋକ ଅଦାଲତ (ଜନ ଉପଯୋଗୀ ସେବା ), ପୁରୀଙ୍କ ଅଦାଲତଙ୍କ ପାଖରେ ଆଇନସେବା ପ୍ରାଧିକରଣ ଆଇନର ୨୨ (ଗ) ଧାରାରେ ଏକ ପିଟିସନ ଦାଏର କରି ପୁରୀ-ନୟାଗଡ ପାସେଞ୍ଜର, ନୟାଗଡ-ଖଡ଼ଗପୁର ଟ୍ରେନ ଚଳାଚଳ ସ୍ୱାଭାବିକ କରି ଜନସାଧାରଣଙ୍କୁ ରେଳ ଗମନାଗମନ ଅଧିକାର ସାବ୍ୟସ୍ତ ପାଇଁ ହସ୍ତକ୍ଷେପ ପ୍ରାର୍ଥନା କରିଛନ୍ତି । ସେହିପରି ଖଡ଼ଗପୁରରୁ ନୟାଗଡ ଆସୁଥିବା ଟ୍ରେନକୁ କୌଣସି କାରଣ ଦର୍ଶାନଯାଇ ମନଇଚ୍ଛା ୨୦୧୯ ରୁ ବାତିଲ କରାଯାଇଛି, ତେଣୁ ନୟାଗଡ ସହ ଅନ୍ତଃରାଜ୍ୟ ରେଳ ଚଳାଚଳ ବ୍ୟାହତ କରାଯାଇ ନୟାଗଡ ବାସୀଙ୍କୁ ରେଳସେବା ରୁ ବଞ୍ଚିତ କରାଯାଇଛି । ରେଳ ଚଳାଚଳ ସ୍ୱାଭାବିକ ହେଲେ ଠାକୁରଙ୍କ ରଥଯାତ୍ରା ସହ ପାରମ୍ପରିକ ରୀତିନୀତି ଦର୍ଶନ ପାଇଁ ଲୋକେ ଆଗ୍ରହର ସହ ଅପେକ୍ଷା କରିଛନ୍ତି । ପୁରୀ ଜିଲ୍ଲା ସ୍ଥାୟୀ ଲୋକ ଅଦାଲତ ଜନ ଉପଯୋଗୀ ସେବା ଚଙ୍କଭକ୍ଷସମ ଟଗ୍ଧସକ୍ଷସଗ୍ଧଚ୍ଚ ଝରକ୍ସଙ୍ଖସମର ଅଧୀନରେ ନୟାଗଡ ଜିଲ୍ଲା ଆଇନ ସେବା କାର୍ଯ୍ୟ କରୁଥିବାରୁ ଏହି ପିଟିସନ ନୟାଗଡ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବଙ୍କ ଜରିଆରେ ଦାଏର କରାଯିବା ପରେ ଏହାର ତ୍ୱରିତ ବିଚାର ପାଇଁ ପୁରୀ ପଠାଇ ଦିଆ ଯାଇଥିବା ଶ୍ରୀଯୁକ୍ତ ଦାଶ ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

three × four =