ଜୁନାଗଡ଼ ୨୦/୭:-କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ କନ୍ଦସର୍ଗିଗୁଡା ଡିପି ଏଫ ବୃକ୍ଷ ରୋପଣ ଅଞ୍ଚଳ ସ୍ଥିତ କାନ୍ଦୁଳ ଡଙ୍ଗରି ଠାରେ ଆଜି ଜୁନାଗଡ଼ ବନ ବିଭାଗ ପକ୍ଷରୁ ମା ପାଇଁ ବୃକ୍ଷଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମ ଅବସରରେ ରାଜ୍ୟ ସରକାରଙ୍କ ଜଙ୍ଗଲ ,ପରିବେଶ ଓ ଜଳ ବାୟୁ ପରିବର୍ତ୍ତନ ତଥା ଶ୍ରମ ନିୟୋଜନ ବିଭାଗର ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ମା ପାଇଁ ବୃକ୍ଷ ଟିଏ କାର୍ଯ୍ୟକ୍ରମ କୁ ଉଦଘାଟନ କରି ବୃକ୍ଷ ରୋପଣ କରିଥିଲେ । ଏଥିରେ ଧର୍ମଗଡ ବିଧାୟକ ସୁଧୀର କୁମାର ପଟ୍ଟଯୋଶୀ , ଜିଲ୍ଲା ବିଜେପି ସଭାପତି ଯୁଗଳ କିଶୋର ପୋଡ , ବିଜେପି ନେତା ମନୋଜ ମେହେର , ପୂର୍ବତନ ନଗର ପାଳ ମୁକେଶ ଅଗ୍ରୱାଲ , ସୁଧାଂଶୁ ବର।ଡ଼ , ସରପଞ୍ଚ ଦିବ୍ୟ ଦୀପ , ରୂପେଶ ଜୈନ , ରଶ୍ମିରଞ୍ଜନ ନାୟକ, ଅଂଶୁମାନ ଯୋଶୀ ,ଜ୍ୟୋତି ମୁଣ୍ଡ , ଟଙ୍କଧର ନ।ଏକ , ଶିବ ଶଙ୍କର ରାଉତ ପ୍ରମୁଖ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ । ଏହି କାନ୍ଦୁଳ ଡଙ୍ଗରି ଠାରେ ୨୦ ହେକ୍ଟର ଜାଗାରେ ହେକ୍ଟର ପ୍ରତି ୧୬୦୦ ଚାରା ରୋପଣ କରାଯାଇଛି । ବିଶେଷ କରି ବାଲିଶିଶୁ ,ପାହାଡ଼ି ଶିଶୁ , ଜାମୁ ,ଫ।ସି, ଅର୍ଜୁନ ,ନିମ୍ବ ,ଗମ୍ଭାରୀ ,ଅଁଳା ,ବାହାଡା , ତେନ୍ତୁଳି , ବିଜା, ସିରିସ ,ମହୁଲ ,ଶାଳ ଗଛ ଲଗାଯାଇଛି । ଏଥିରେ ଦକ୍ଷିଣ ବନଖଣ୍ଡ ଅଧିକାରୀ ଆର କଳେଇ ଭାନନ ଓ ଉତ୍ତର ବନଖଣ୍ଡ ଅଧିକାରୀ ଆର କେ ବିସ୍ନୋୟୀ ,ଜୁନାଗଡ଼ ବନ ଅଧିକାରୀ ସୀମାଞ୍ଚଳ ମିଶ୍ର ଏବଂ ଫରେଷ୍ଟର ଶ୍ରୀକାନ୍ତ ପଟ୍ଟନାୟକ ସମେତ ଅନେକ ବନ କର୍ମଚାରୀ ଉପସ୍ଥିତ ରହିଥିଲେ । କାର୍ଯ୍ୟକ୍ରମକୁ ଫରେଷ୍ଟ ଗାର୍ଡ ଶ୍ରୀନିବାସ ଵାଣୁଆ ଓ ତପସ୍ୱନି ନ।ଏକ ଏବଂ ମାଟିଗାଁ ର ଶ୍ରୀ ଶ୍ରୀ ରାଧାକୃଷ୍ଣ ସଂକୀର୍ତ୍ତନ ଦଳ ପ୍ରମୁଖ ସହଯୋଗ କରିଥିଲେ ।
