ବୌଦ୍ଧ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ବୌଦ୍ଧ ବିଧାନସଭା କ୍ଷେତ୍ରର ମୁଣ୍ଡାପଡା ମଣ୍ଡଳ ବଘିଆପଡାଠାରେ ଆଜି ଆୟୋଜିତ ତ୍ରିରଙ୍ଗା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି l ବିଜେପି ମଣ୍ଡଳ ସଭାପତି ରଞ୍ଜନ ଖଟୁଆଙ୍କ ନେତୃତ୍ୱରେ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ତରଫରୁ ପର୍ଯ୍ୟବେକ୍ଷକ ଭାବରେ ବରିଷ୍ଠ ବିଜେପି ନେତା ତଥା ବୌଦ୍ଧ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ, ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ସୁଶାନ୍ତ ବାଘ, ଦୀପିକା ନାଏକ, ଆରତୀ ମହାକୁଳ, ଯଶୋଦା ପୃଷ୍ଟି, ତଥାଗତ କର୍ଣ୍ଣ, ଅଜିତ ବାଘ, ମୃତ୍ୟୁଞ୍ଜୟ ପୃଷ୍ଟି, ସଞ୍ଜିତ ପ୍ରଧାନ, ବୀରେନ୍ଦ୍ର ସାହୁ, ପ୍ରକାଶ ସାହୁ ସମେତ ଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ l ଦେଶପ୍ରେମ ଓ ଏକତାର ସୁନ୍ଦର ଅନୁଭବ କଲୁ। ଆମେ ସମସ୍ତେ ଭାରତ ମାତାଙ୍କ ସେବକ ଏକତା ଆମର ଶକ୍ତି ଏବଂ ଦେଶପ୍ରେମରେ ଆମର ପରିଚୟ ବୋଲି ବୌଦ୍ଧ ପଞ୍ଚାୟତ ସମିତି ଅଧ୍ୟକ୍ଷ ବ୍ୟକ୍ତବ୍ୟ ରଖିଥିଲେ l ଆଜିର ତ୍ରିରଙ୍ଗା ପଦଯାତ୍ରା କେବଳ ଏକ ଯାତ୍ରା ନୁହେଁ, ଏହା ଥିଲା ଦେଶପ୍ରେମ, ଏକତା ଓ ତ୍ୟାଗର ପଥରେ ଚାଲିବାର ଏକ ସୁନ୍ଦର ଅଭିଯାନ ବୋଲି ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ବାଘ ମତପ୍ରକାଶ କରିଥିଲେ l
