ଭୁବନେଶ୍ୱର,୧୨/୦୮: ଚଳିତ ବର୍ଷ ୭୯ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବେ । ସମ୍ମିଳିତ ପରେଡ୍ରେ ଅଭିବାଦନ ଗ୍ରହଣ କରିବେ। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ କେନ୍ଦୁଝର ଜାତୀୟ ପତାକା ଉତ୍ତୋଳନ କରିବେ। କଟକରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପତାକା ଉତ୍ତୋଳନ କରିବାର କାର୍ଯ୍ୟକ୍ରମ ରହିଛି। । ସେହିଭଳି ସମ୍ବଲପୁର- ସୁରେଶ ପୂଜାରୀ, ବଲାଙ୍ଗିର- ରବି ନାଏକ, କଳାହାଣ୍ଡି- ନିତ୍ୟାନନ୍ଦ ଗଣ୍ଡ, କନ୍ଧମାଳ- କୃଷ୍ଣଚନ୍ଦ୍ର ପାତ୍ର, ପୁରୀ- ପୃଥ୍ବୀରାଜ ହରିଚନ୍ଦନ, ସୁନ୍ଦରଗଡ଼- ମୁକେଶ ମହାଲିଙ୍ଗ, ଗଜପତି-ବିଭୂତି ଭୂଷଣ ଜେନା, ଭଦ୍ରକ- କୃଷ୍ଣଚନ୍ଦ୍ର ମହାପାତ୍ର, ନବରଙ୍ଗପୁର- ଗଣେଶ ରାମ ସିଂଖୁଣ୍ଟିଆ, ସୁବର୍ଣ୍ଣପୁର- ସୂର୍ଯ୍ୟବଂଶୀ ସୂରଜ,
ଅନୁଗୁଳ- ପ୍ରଦୀପ ବଳସାମନ୍ତ, ରାୟଗଡ଼ା- ଗୋକୁଳାନନ୍ଦ ମଲ୍ଲିକ୍, ମୟୂରଭଞ୍ଜ- ସମ୍ପଦ ଚନ୍ଦ୍ର ସ୍ବାଇଁ ପତାକା ଉତ୍ତୋଳନ କରିବେ ।
