ସହର ମଧ୍ୟରୁ ୨ ବାଇକ ଚୋରି, ସିସିଟିଭିରେ କଏଦ ହେଲା ଦୃଶ୍ୟ

0 382

ଘୁ.ଉଦୟଗିରି : ରାଜ୍ୟ ସରକାର ପୋଲିସକୁ ଏବଂ ପୋଲିସର କାର୍ଯ୍ୟକ୍ରମକୁ ଲୋକାଭିମୁଖୀ କରିବା ନିମନ୍ତେ ଆମ ପୋଲିସ ଗଠନ କରିବା ସହ ପୋଲିସ ସାଧାରଣ ଲୋକଙ୍କ ଧନ ଜୀବନ ସୁରକ୍ଷାର ଭାର ବହନ କରିଥିବା ବେଳେ ସ୍ଥାନୀୟ ସହରରେ ସାଧାରଣ ଜନତାଙ୍କ ଧନ ଚୋରି ହେବାରେ ଲାଗିଛି । ପୋଲିସ ନିଷ୍କ୍ରିୟତାର ସୁଯୋଗ ନେଇ ଲୁଟେରା ନିଜ ଉତ୍ପାତ ଜାରି ରଖିଛନ୍ତି । ଆମେ ପୋଲିସ ଆମେ ଲୋକଙ୍କ ପାଇଁ ଅଛୁ କହୁଥିବା ପୋଲିସ ସ୍ଥାନୀୟ ସହରରେ କ’ଣ କରୁଛି ତା ପ୍ରଶ୍ନବାଚୀ ସୃଷ୍ଟି କରିଛି । ରବିବାର ମଧ୍ୟ ରାତ୍ରରେ ସହରର ମୁଖ୍ୟ ହାର୍ଟ ଅଫ ଟାଉନ କହିଲେ ଅତ୍ୟୁକ୍ତି ହେବ ନାହିଁ ସେଇଭଳି ସ୍ଥାନରୁ ଲୁଟେରା ଦୁଇ ଦୁଇଟି ବାଇକ ଚୋରି କରି ନେଇଛନ୍ତି ।

ଏହା ସହ ବହୁ ବାଇକ ଚୋରି ଉଦ୍ୟମ କରି ବିଫଳ ହୋଇଥିବା ଦୃଶ୍ୟ ସିସି ଟିଭି କେମେରାରେ କଏଦ ହୋଇଛି । ପ୍ରାପ୍ତ ସୁଚନାନୁସାରେ ରବିବାର ମଧ୍ୟ ରାତ୍ରରେ ଦୁଇ ଜଣ ଯୁବକ ପ୍ରଥମେ ସହରର ବଡ଼ଦାଣ୍ଡ ସାହିରେ ପସି ବ୍ରଜମୋହନ ଖୁଣ୍ଟିଆଙ୍କ ହିରୋହଣ୍ଡା ସ୍ପେଲଣ୍ଡର ବାଇକ ଚୋରି ଉଦ୍ୟମ କରି ବାଇକକୁ ଟାଣି ଓଟାରି ବାହାର କରିବା ବେଳେ ବାଇକରେ ହ୍ୟାଣ୍ଡେଲ ଲକ ସହ ଚକାରେ ଚେନ ଲାଗି ତାଲା ପଡିଥିବା ଯୋଗୁଁ ବିଫଳ ହୋଇ କଚେରୀ ସାହିରେ ପସି ପ୍ରମୋଦ ପତି,ଅଶୋକ ସାହୁ ଏବଂ ଅନ୍ୟ ବାଇକ ନେବାକୁ ଚେଷ୍ଟା କରି ବିଫଳ ହେବା ପରେ ସ୍ଥାନୀୟ ବିଦ୍ୟୁତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ୟାମସୁନ୍ଦର ବେହେରାଙ୍କ ହୋଣ୍ଡା ସାଇନ ମେଟାଲିକ କଲରର ନଂ OR10F 2456ଯାହାକୁ ତାଙ୍କ କାର୍ଯ୍ୟାଳୟର ଜଣେ କର୍ମଚାରୀ ଆଣି ନିଜ ଘର ଆଗରେ ରଖିଥିଲେ ଉକ୍ତ ବାଇକକୁ ଲୁଟେରା ଜଣକ ରାତି ୨:୭ମିନଟରେ ଚୋରିକରି ଗଡେଇ ଗଡେଇ ନେଉଥିବା ଦୃଶ୍ୟ ସିସି ଫୁଟେଜ ରେ ଦେଖିବାକୁ ମିଳିଛି ।

hiring

ଲୁଟେରା ଦୁଇଜଣ ଆସିଥିବା ବେଳେ ଜଣେ କମଳା ରଙ୍ଗର ଜ୍ୟାକେଟ ଏବଂ ଅନ୍ୟଜଣେ ବ୍ଲୁ କଲର ଜ୍ୟାକେଟ ପିନ୍ଧି ଥିବା ଦେଖୁବାକୁ ମିଳିଛି । ସେଇଭଳି ସାରକୁଲାର ରୋଡ଼ ବଡ଼ରାଉଳ ସାହି ନିକଟରେ ସ୍ଥାନୀୟ କୁକୁଡ଼ା ବ୍ୟବସାୟୀଙ୍କ ଏକ ହିରୋହଣ୍ଡା ସ୍ପେଲଣ୍ଡର ପ୍ଲସ ବାଇକକୁ ବି ଚୋରି କରିନେଇଥିବା ସୂଚନା ମିଳିଛି । ସ୍ଥାନୀୟ ଥାନାରେ ଗୋଟିଏ ବାଇକ ଚୋରି ହୋଇଥିବା ନେଇ ଥାନା କେଶ ନଂ୧୧୫/୨୧ଧାରା୩୭୯ରେ ଆଇଆଇସି ରେବତୀ ମାମଲା ରୁଜୁ କରି ଏସଆଇ ଅନନ୍ତ କୁମାର ପ୍ରଧାନଙ୍କୁ ତଦନ୍ତ ଦାୟିତ୍ୱ ଦେଇଥିବା ସୂଚନା ଦେଇଛନ୍ତି । ଅନ୍ୟପଟେ ସ୍ଥାନୀୟ ଥାନାରେ ଅନ୍ୟ ଏକ ବାଇକ ଚୋରି ହୋଇଥିବା ମାମଲା ରୁଜୁ ହୋଇନଥିବା ବେଳେ ଉକ୍ତ ବାଇକଟି ଟିକାବାଲି ତେଙ୍ଗେଡା ପଥର ଛକ ନିକଟ ଏକ ଲଟା ବୁଦାରୁ ଟିକାବାଲି ପୋଲିସ ଉଦ୍ଧାର କରିଥିବା ସୂଚନା ମିଳିଛି ।

ଉକ୍ତ ବାଇକ ଟି ସ୍ଥାନୀୟ ସହରରୁ ଗତକାଲି ଚୋରି ହୋଇଥିବା ହିରୋହଣ୍ଡା ସୁପର ସ୍ପେଲେଣ୍ଡର ବୋଲି ଜଣାପଡିଛି । ପ୍ରଶ୍ନ ଉଠୁଛି ଗୋଟିଏ ରାତିରେ ଲୁଟେରା ଦଳ ଏ ସାହିରୁ ସେ ସାହିକୁ ବୁଲି ବୁଲି ବାଇକ ଚୋରି ଉଦ୍ୟମ ସହ ବାଇକ ଚୋରି କରୁଛନ୍ତି ପୋଲିସ ନିଘୋଡ ନିଦରେ ସୋଇଛି । ଛୋଟିଆ ସହର ଭିତରେ ଯଦି ଏହିଭଳି ଘଟଣା ଘଟିବ ତାହାହେଲେ ସାଧାରଣ ଜନତାଙ୍କ ଧନ ଜୀବନ ସୁରକ୍ଷିତ ରହିବ କେମିତି । ସ୍ଥାନୀୟ ପୋଲିସର ନିଷ୍କ୍ରିୟତା ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

hiranchal ad1
Leave A Reply

Your email address will not be published.

fourteen − 12 =