ଦୁଇ ବ୍ରାଉନ ସୁଗାର ବେପାରୀ ଗିରଫ

0 76

ପୁରୀ : ପୁରୀରୁ ଧରା ହେଲେ ଦୁଇ ବ୍ରାଉନ ସୁଗାର ବେପାରୀ । ଏସଟିଏଫ ଓ ତାଳବଣିଆ ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି ଦୁଇ ବେପାରୀ । ଗିରଫ ହୋଇଥିବା ଦୁଇ ବେପାରୀ ହେଲେ ପୁରୀ ଜିଲ୍ଲା ଗୋପ ଅଞ୍ଚଳର ସମ୍ପଦ କୁମାର ଦାସ ଓ ବାଲେଶ୍ୱର ଖଣ୍ଟପଡାର କମଳ କିଶୋର ପଣ୍ଡା । ଏମାନଙ୍କ ଠାରୁ ୧୦୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିବା ବେଳେ ବଜାରରେ ଏହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି । ତିନୋଟି ମୋବାଇଲ ସହ ପୋଲିସ ଏମାନଙ୍କ ଠାରୁ ଏକ ହଜାର ଟଙ୍କା ଜବତ କରିଛି ।

hiring

ଏହି ଅଭିଯୁକ୍ତମାନେ ପୁରୀ ହୁଳହୁଳିଆ ବ୍ରିଜ ନିକଟରେ ବ୍ରାଉନସୁଗାର ବିକ୍ରି କରୁଥିବା ବେଳେ ଏସଟିଏଫ ଓ ତାଳବଣିଆ ଥାନା ପୋଲିସ ଚଢ଼ାଉ କରି ଏମାନଙ୍କୁ ଗିରଫ କରିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ମିହିର କୁମାର ପଣ୍ଡା କହିଛନ୍ତି । ସୂଚନା ଅନୁସାରେ ପୁରୀକୁ ନିଶା ମୁକ୍ତ କରିବାକୁ ପୁରୀ ପୋଲିସ ଏସଟିଏଫ ଗଠନ କରି ନିଶା ବେପାରୀଙ୍କ ଉପରେ ଚଢ଼ାଉ କରି ଗିରଫ କରୁଛି । ପୋଲିସର ସୂଚନା ଅନୁଯାୟୀ ୨୦୨୧ ରେ ମୋଟ ୨୬ ନିଶା ବ୍ୟବସାୟ କେସ ରେ ୭୯ ଜଣ ବିକ୍ରେତାଙ୍କୁ ଗିରଫ କରାଯାଇଛି ।

hiranchal ad1
Leave A Reply

Your email address will not be published.

4 × 2 =