ଗଞ୍ଜେଇ ସହ ଦୁଇଟି କାର୍‌ ଜବତ, ୪ ଗିରଫ

0 567

ବାଲିଗୁଡ଼ା: ଗଞ୍ଜେଇ ଚୋରାଚାଲାଣ ବେଳେ ପୋଲିସ ପକ୍ଷରୁ ଚଢ଼ାଉ । ୫୪ କେଜି ୫୦୦ ଗ୍ରାମ୍‌ ଗଞ୍ଜେଇ ସହ ଦୁଇଟି କାର୍‌ ଜବତ ହୋଇଥିବା ବେଳେ ଚାରିଜଣ ଚାଲାଣକାରୀଙ୍କୁ ଗିରଫ କରିଛି ପୋଲିସ୍‌ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରୁ କେନ୍ଦ୍ରାପଡ଼ା ଜିଲ୍ଲାକୁ ଏହି ଗଞ୍ଜେଇ ଚୋରାଚାଲାଣ ହେଉଥିବା ବେଳେ ଚଢ଼ାଉ ହୋଇଥିବା ଜଣାପଡ଼ିଛି ।

hiring

ସୂଚନା ପ୍ରକାରେ ବାହାର ରାଜ୍ୟ ତଥା ବିଭିନ୍ନ ଜିଲ୍ଲାର ଗଞ୍ଜେଇ ମାଫିଆ ଗଞ୍ଜେଇ ଚୋରାଚାଲାଣ ପାଇଁ ଆସୁଥିବା ବେଳେ ପୋଲିସ ପକ୍ଷରୁ ଏଥିପ୍ରତି ସତର୍କ ଦୃଷ୍ଟି ରହିଛି । ବାଲିଗୁଡ଼ା ଅଞ୍ଚଳରୁ କେନ୍ଦ୍ରାପଡ଼ା ଜିଲ୍ଲାକୁ ଗଞ୍ଜେଇ ଚୋରାଚାଲାଣ ହେଉଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୋଲିସ୍‌ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାଞ୍ଚ୍‌ କଡ଼ାକଡ଼ି କରାଯାଇଥିଲା ଏବଂ ଗଞ୍ଜେଇ ଭର୍ତ୍ତି କାର୍‌ ସହ ଚାରିଜଣ ଚାଲାଣକାରୀଙ୍କୁ ଗିରଫ କରାଯାଇଛି ।

ଗିରଫ ଚାରିଜଣ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଅଞ୍ଚଳର ପ୍ରକାଶ ଜେନା, ଦେବଦତ୍ତ ଦାସ,ରାଜା ମଲ୍ଲିକ ଓ ଅମରେନ୍ଦ୍ର ମଲ୍ଲିକ ହୋଇଥିବା ବେଳେ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨ଲକ୍ଷ ୭୨ ହଜାର ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

15 − 9 =