ଚୋରା ମଦ ବ୍ୟବସାୟୀଙ୍କ ଭୂସ୍ୱର୍ଗ ଘୁ.ଉଦୟଗିରି ଅଞ୍ଚଳ, ଅବକାରୀ କାର୍ଯ୍ୟାଳୟରେ ୨୪ଘଣ୍ଟା ଝୁଲୁଛି ତାଲା

0 74

ଘୁ. ଉଦୟଗିରି : ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲା ଏକ ସବୁଜ ସୁନ୍ଦର ଜିଲ୍ଲା । ଏହି ଜିଲ୍ଲାରେ ପ୍ରାୟତଃ ଆଦିବାସୀ ହରିଜନ ସମ୍ପ୍ରଦାୟର ଲୋକ ବସବାସ କରୁଥିବା ବେଳେ ଏହି ଜିଲ୍ଲା ଏକ ଶିଳ୍ପ ବିହୀନ ଜିଲ୍ଲା ଲୋକଙ୍କ ଆର୍ଥିକ ମାନଦଣ୍ଡ ସୁଦୃଢ଼ ନଥିବା ଏବଂ କାମଧନ୍ଦା ଅଭାବରୁ ଯୁବପିଢି ପ୍ରାୟ ଦାଦନ ଖଟିବାକୁ ବାହାର ରାଜ୍ୟ ମୁଁହା ହେଉଥିବା ଦେଖିବାକୁ ମିଳୁଛି । ରାଜ୍ୟ ସରକାର ରାଜ୍ୟର ବିଭିନ୍ନ ଜିଲ୍ଲାରେ ଦେଶୀ ମହୁଲି ମଦ ବିକ୍ରି ପାଇଁ ଲାଇସେନ୍ସ ଦେଇଥିବା ବେଳେ କନ୍ଧମାଳ ଜିଲ୍ଲା କିନ୍ତୁ ଏଥିରୁ ବାଦ ପଡିଛି । ତାର କାରଣ ଏହି ଜିଲ୍ଲାରେ ମହୁଲି ଦେଶୀ ମଦ ବିକ୍ରି ପାଇଁ ଅନୁମତି ମିଳିଲେ ଲୋକ କାମଧନ୍ଦା ଛାଡ଼ି ମଦ ପିଇବା ସହ ନିଜ ଆର୍ଥିକ ସମ୍ବଳ ଉଜୁଡି ଯିବା ଆଶଙ୍କାରେ ମନ୍ତ୍ରୀ ପଦ୍ମନାଭ ବେହେରା ରାଜ୍ୟ ସରକାରଙ୍କ କନ୍ଧମାଳ ଜିଲ୍ଲାରେ ଦେଶୀ ମଦ ବିକ୍ରି ଅନୁମତିକୁ ଘୋର ବିରୋଧ କରିଥିଲେ ଏବଂ ଏହି ବିରୋଧରେ ବି ସେ ସଫଳ ହୋଇଥିଲେ । ରାଜ୍ୟ ସରକାର କନ୍ଧମାଳ ଜିଲ୍ଲାରେ ଦେଶୀ ମହୁଲି ମଦ ବିକ୍ରିକୁ ନିଷିଧ କରିଥିଲେ । କିନ୍ତୁ କିଛି ନ୍ୟର୍ଥ ସ୍ୱାର୍ଥ ଚୋରା ମଦ ବ୍ୟବସାୟୀ ନିଜର ଅର୍ଥ ଉପାର୍ଜନ ଲୋଭ ପାଇଁ ଚୋରା ମଦ କାରବାର ଅନାୟାସରେ ଚକେଇଥିବା ଦେଖୁବାକୁ ମିଳିଛି । ମହୁଲି ମଦ ବ୍ୟବସାୟ ଏକ ପ୍ରକାର କୁଟୀର ଶିଳ୍ପରେ ପରିଣତ ହୋଇଯାଇଛି ।

hiring

ନଦୀ ନାଳ ପାଖ, ଘଞ୍ଚ ଜଙ୍ଗଲ ଭିତରେ ମାଳ ମାଳ ମହୁଲି ଭାଟି ଚାଲିଛି । ସାହି ଗଳି କନ୍ଦିରେ ଅବାଧରେ ମଦ ବିକ୍ରି ଚାଲିଛି । ଦିନକୁ ଦିନ ଏହି ଚୋରା ମଦ ବ୍ୟବସାୟ ବୃଦ୍ଧି ପାଇବାରେ ଲାଗିଛି । ଏହି ଚୋରା ମଦ ବ୍ୟବସାୟକୁ ରୋକିବା ନିମନ୍ତେ ସ୍ୱତନ୍ତ୍ର ବିଭାଗ ରହିଥିଲେ ମଧ୍ୟ କୌଣସି କାର୍ଯ୍ୟକୁ ନାହିଁ ଏହି ବିଭାଗ । ଏହାର ଏକ ସଦ୍ୟ ଉଦାହରଣ ହେଉଛି ସ୍ଥାନୀୟ ସହରରେ ରାଜ୍ୟ ସରକାର ଅବକାରୀ କାର୍ଯ୍ୟାଳୟ ସ୍ଥାପନ କରିଛନ୍ତି । ହେଲେ ଏହି କାର୍ଯ୍ୟାଳୟରେ ୨୪ଘଣ୍ଟା ତାଲା ଝୁଲୁଛି । କେବେ ଖୋଲୁଛି କେହି ଜାଣିପାରୁନାହାନ୍ତି । ଏହି କାର୍ଯ୍ୟାଳୟ ଦାୟିତ୍ୱରେ କିଏ ଅଛନ୍ତି କେତେ କର୍ମଚାରୀ ନିଯୁକ୍ତି ପାଇଛନ୍ତି ଏହାର କୌଣସି ଖବର ମିଳୁନି । ପ୍ରଶ୍ନ ଉଠୁଛି ଏହି ସ୍ଥାନରେ ଅବକାରୀ କାର୍ଯ୍ୟାଳୟ ଖୋଲିଛି କାହିଁକି ।

ଅନ୍ୟ ପକ୍ଷରେ ରାଜ୍ୟ ସରକାର ଏହି ଜିଲ୍ଲାରେ ଦେଶୀ ମହୁଲି ମଦ ବିକ୍ରି ନିଷିଧ କରିଥିବା ବେଳେ ଅବାଧରେ କିଭଳି ମହୁଲି ମଦ ଉତ୍ପାଦନ ହେଉଛି ଏବଂ ବିକ୍ରି ହେଉଛି । ଉତ୍ପାଦନ ଏବଂ ବିକ୍ରି ପଛରେ କାହାର ହାତ ରହିଛି ।କାହା ଛତ୍ରଛାୟା ତଳେ ରହି ଚୋରା ମଦ ମାଫିଆ ମାନେ ନିଜ ନିଜ ଚୋରା ମଦ ବ୍ୟବସାୟ ଚାଲୁ ରଖୁଛନ୍ତି । କିଏ ଏହି ମଦ ମାଫିଆଙ୍କଠାରୁ ମାସିକ ବଟି ଆଦାୟ କରୁଛି । ସ୍ଥାନୀୟ ସହରରେ ଥିବା ଅବକାରୀ କାର୍ଯ୍ୟାଳୟରେ ତାଲା ଝୁଲୁଥିବା ବେଳେ ପ୍ରତ୍ୟକ ମାସରେ ଅବକାରୀ କର୍ମଚାରୀ ମାନେ କେଉଁ ଉଦ୍ଦେଶ୍ୟରେ ସ୍ଥାନୀୟ ଅଞ୍ଚଳରେ ବୁଲୁଛନ୍ତି । କାର୍ଯ୍ୟାଳୟ ଚାରିପାଖ ଲତାବୁଦାରେ ପରିପୂର୍ଣ୍ଣ ହୋଇ ରହିଛି । ଏହି ଅବକାରୀ କାର୍ଯ୍ୟାଳୟ ଦୃଶ୍ୟ ଦେଖିଲେ ଯେକେହି ବି ଅନୁମାନ କରିନେବ ଦୀର୍ଘ ବର୍ଷ ହେଲା କାର୍ଯ୍ୟାଳୟ ଖୋଲିନି ।ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି କାର୍ଯ୍ୟାଳୟ ।ଏହାର ସୁଯୋଗ ଉଠାଉଛନ୍ତି ଚୋରା ମଦ ମାଫିଆମାନେ ।

hiranchal ad1
Leave A Reply

Your email address will not be published.

one × four =