୧୫ ରୁ ୧୮ ବର୍ଷ ପିଲାଙ୍କ ଟିକାକରଣ କାର୍ଯ୍ୟକ୍ରମର ଉଦଘାଟନ

0 72

ନବରଙ୍ଗପୁର: ଜିଲ୍ଲାରେ ଆରମ୍ଭ ହେଲା ୧୫ ରୁ ୧୮ ବର୍ଷ ବୟସ୍କଙ୍କ ଟିକାକରଣ କାର୍ଯ୍ୟକ୍ରମ । ଏଥି ନିମନ୍ତେ ସମସ୍ତ ପ୍ରସ୍ତୁତି ସରିଯାଇଛି । ମୁଖ୍ୟ ଚିକିତ୍ସାଳୟରେ ଆୟୋଜିତ ସ୍ୱତନ୍ତ୍ର ଟିକାକରଣ କେନ୍ଦ୍ରକୁ ଜିଲ୍ଲାପାଳ ଡକ୍ଟର କୋମଳ ଲୋଚନ ମିଶ୍ର ଉଦଘାଟନ କରିଥିଲେ । ଜିଲ୍ଲାର ୧୦ଟି ବ୍ଲକ ଓ ଦୁଇଟି ମୁନିସିପାଲଟିରେ ଏଥିନିମନ୍ତେ ୬୧ଟି ସ୍ୱତନ୍ତ୍ର ଟିକାକରଣ କେନ୍ଦ୍ର ଖୋଲା ଯାଇଛି । ଏଥିନିମନ୍ତେ ୧୩୦ ଜଣ ସ୍ୱାସ୍ଥ୍ୟ କର୍ମୀ ନିୟୋଜିତ ହୋଇଛନ୍ତି । ଜିଲ୍ଲାରେ ୧୫ ରୁ ୧୮ ବୟସ୍କ ୬୫୭୦୦ କିଶୋର କିଶୋରୀ ରହିଛନ୍ତି । ମହାମାରୀ ପୁନର୍ବାର ନୂଆ ରୂପରେ ମୁଣ୍ଡଟେକୁ ଥିବା ବେଳେ ସରକାରଙ୍କ ତରଫରୁ ମାଗଣାରେ ଏହି କରୋନା ଟିକା ଯୋଗାଇଦେଉଥିବାରୁ ଜିଲ୍ଲାର ଟିକା ନେଉଥିବା ଯୁବକଯୁବତୀମାନେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେବା ସହ ପ୍ରଶଂସା କରିଛନ୍ତି । ମାଗଣାରେ ଟିକା ଉପଲବ୍ଧ ହୋଇପାରୁଥିବାରୁ ଆର୍ଥିକ ଅନଗ୍ରସର ଶ୍ରେଣୀର ଲୋକେ ବେଶ ଖୁସି ବ୍ୟକ୍ତ କରିଛନ୍ତି ।

hiranchal ad1
Leave A Reply

Your email address will not be published.

twenty − 6 =