ଭିଜିଲାନ୍ସ ଜାଲରେ ରାଜସ୍ୱ ସହାୟକ

0 30

ସମ୍ବଲପୁର : ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ୱ ସହାୟକ। ଠୁଳ କରିଥିଲେ ଆୟଠୁ ଅଧିକା। ସମ୍ବଲପୁର ବନ୍ଦୋବସ୍ତ ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ବାସୁଦେବ ଭୋଇଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଭିଜିଲାନ୍ସ।   

hiring

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ସମ୍ବଲପୁର ବନ୍ଦୋବସ୍ତ କାର୍ଯ୍ୟାଳୟରେ କାର୍ଯ୍ୟରତ ବାସୁଦେବ ଭୋଇଙ୍କ ଘରେ ରେଡ୍ କରିଥିଲା। ଚଢାଉ ବେଳେ ତାଙ୍କର ବିପୁଳ ସମ୍ପତ୍ତି ଠାବ ହୋଇଥିଲା। ବାସୁଦେବଙ୍କର ବରଗଡ଼ ଟାଉନରେ ଏକ ବହୁମହଲା ବିଶିଷ୍ଟ କୋଠା, ସମ୍ବଲପୁର ସହରରେ ଏକ କୋଠା, ୧୬ଟି ପ୍ଲଟ୍, ଏକ ଚାରି ଚକିଆ ଗାଡି ଏବଂ ବ୍ୟାଙ୍କ ଡିପୋଜିଟ୍ ଠାବ ହୋଇଥିଲା। ଏହାପରେ ଭିଜିଲାନ୍ସ ବାସୁଦେବଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। 

hiranchal ad1
Leave A Reply

Your email address will not be published.

two + four =