ନୂଆଦିଲ୍ଲୀ : ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ତିନିଟିକିଆ ଦିନିକିଆ ସିରିଜର ଅନ୍ତିମ ତଥା ନିର୍ଣ୍ଣାୟକ ମ୍ୟାଚ୍ ମଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡ ଗ୍ରାଉଣ୍ଡରେ ଖେଳାଯିବ । ଏହି ମ୍ୟାଚ୍ ପୂର୍ବରୁ ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି ଥଣ୍ଡା ମିଜାଜରେ ଥିବା ଦେଖିବାକୁ ମିଳିଥଇଲା । ସୋସିଆଲ ମିଡିଆରେ କୋହଲିଙ୍କ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ସେ ଅଭ୍ୟାସ ଅଧିବେଶନରେ ନାଚୁଥିବାର ନଜର ଆସିଥିଲେ । ଏହି ସମୟରେ କୋହଲି ବହୁତ ଆରାମଦାୟକ ଦେଖାଦେଇଥିଲେ । ଆଶା କରାଯାଉଛି ଏହି ବ୍ୟାଟ୍ସମ୍ୟାନ୍ ତୃତୀୟ ଦିନିକିଆରେ ଏକ ବଡ଼ ଇନିଂସ ଖେଳି ଫର୍ମକୁ ଫେରିବେ ।
ସୂଚନାଯୋଗ୍ୟ ଯେ,, ବିରାଟ କୋହଲି ଏହି ସମୟରେ ତାଙ୍କ କ୍ୟାରିୟରର ସବୁଠାରୁ ଖରାପ ଫର୍ମ ଦେଇ ଗତି କରୁଛନ୍ତି । ଏହି କାରଣରୁ କିଙ୍ଗ କୋହଲି ମଧ୍ୟ ସମାଲୋଚନାର ଶିକାର ହୋଇଛନ୍ତି । ଇଂଲଣ୍ଡ ଗସ୍ତରେ ଥିବା କୋହଲି ଏପର୍ଯ୍ୟନ୍ତ କୌଣସି ଇନିଂସରେ ୨୦ରୁ ଅଧିକ ରନ କରିପାରିନାହାନ୍ତି । କେବଳ ଅଭ୍ୟାସ ମ୍ୟାଚରେ ଏକ ଅର୍ଦ୍ଧଶତକ ଅର୍ଜନ କରିଥିଲେ ।