ଦିଲ୍ଲୀରେ ଲାଗୁ ହେଲା ସପ୍ତାହାନ୍ତ କର୍ଫ୍ୟୁ

0 80

ନୂଆଦିଲ୍ଲୀ:ଦିନକୁ ଦିନ ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ସପ୍ତାହାନ୍ତ କର୍ଫ୍ୟୁ ଲାଗୁ କରାଯାଉଛି । ସୂଚନାନୁସାରେ, ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହାପୂର୍ବରୁ ଦିଲ୍ଲୀରେ ନାଇଟ କର୍ଫ୍ୟୁ ଲାଗୁ ହୋଇସାରିଛି । ସୂଚନା ଅନୁସାରେ ଦିଲ୍ଲୀରେ କରୋନା ସଂକ୍ରମଣ ୫ ପ୍ରତିଶତ ଅଧିକ ହୋଇଯାଇଛି । ମଙ୍ଗଳବାର ଦିନ ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ଭର୍ଚୁଆଲ୍‌ ମିଟିଂରେ ସିଏମ୍‌ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଅଂଶଗ୍ରହଣ କରିବାକୁ ଯାଉଥିଲେ, କିନ୍ତୁ ବୈଠକ ପୂର୍ବରୁ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ । ଯାହା ପରେ ନିଜକୁ ଆଇସୋଲେସନରେ ରଖିଛନ୍ତି । ବୈଠକ ଅନୁଯାୟୀ ସରକାରୀ କର୍ମଚାରୀଙ୍କ ପାଇଁ ୱାର୍କ ଫର୍ମ ହମ କାର୍ଯ୍ୟକାରୀ ହେବ । କେବଳ ଜରୁରୀକାଳୀନ ସେବାଗୁଡିକ ଜାରି ରହିବ । ସେହିପରି ବେସରକାରୀ ଅଫିସଗୁଡିକରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ବୋଲି କୁହାଯାଇଛି ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂତ୍ର ଅନୁଯାୟୀ, ଜାନୁଆରୀ ୧୫ ପର୍ଯ୍ୟନ୍ତ କରୋନା ଜୀବାଣୁଙ୍କ ସଂଖ୍ୟା ୨୦-୨୫ ହଜାରରେ ପହଞ୍ଚିପାରେ । ଏହା କୁହାଯାଇଛି ଯେ ଜାନୁଆରୀ ୮ ବେଳକୁ ଦିଲ୍ଲୀରେ ଦୈନିକ ସଂକ୍ରମଣ ୮ରୁ ୯ ହଜାର ହୋଇଯାଇପାରେ ବୋଲି ଆଶଙ୍କା କରାଯାଇଛି ।

hiranchal ad1
Leave A Reply

Your email address will not be published.

4 − 2 =