ଥରୁଛି ସାରା ଓଡିଶା, ରେକର୍ଡ ଭାଙ୍ଗୁଛି ଶୀତ

0 47

ଭୁବନେଶ୍ବର: ସାରା ରାଜ୍ୟରେ ପ୍ରବଳ ଶୀତ ପ୍ରକୋପ ଜାରି ରହିଛି। ମାଘ ଆରମ୍ଭରୁ ହାଡ଼ଭଙ୍ଗା ଜାଡ଼ରେ ଥୁରୁ ଥୁରୁ ହେଉଛି ସାରା ଓଡ଼ିଶା। କନ୍ଧମାଳ ଜିଲାର ଘୁ. ଉଦୟଗିରିରେ ପାରଦ ୨.୬ ଡିଗ୍ରୀକୁ ଖସିଛି। ରାଉରକେଲାରେ ରାତି ତାପମାତ୍ରା ୩.୬ ଡିଗ୍ରୀ ରହିଥିଲା। ସମତଳ ଅଞ୍ଚଳ ମଧ୍ୟରେ ରାଉରକେଲା ଦେଶର ଚତୁର୍ଥ ଥଣ୍ଡା ସହର ପାଲଟିଛି। ସେପଟେ ଶିଳ୍ପାଞ୍ଚଳ ସହର ଝାରସୁଗୁଡ଼ାରେ ପାରଦ ୪.୬ ଡିଗ୍ରୀ ଥିବାରୁ ସେଠାରେ ୭୨ ବର୍ଷର ରେକର୍ଡ ଭାଙ୍ଗିଛି ଶୀତ। ରାଜ୍ୟର ୨୫ ସହରରେ ରାତି ତାପମାତ୍ରା ୧୦ ଡିଗ୍ରୀ କିମ୍ବା ତା’ଠାରୁ କମ୍‌ ରହିଛି। ରାଜଧାନୀରେ ଦୁଇଦିନ ଧରି ସର୍ବନିମ୍ନ ତାପମାତ୍ରା ୯.୪ ଡିଗ୍ରୀ ଥିବାବେଳେ କଟକରେ ଚଳିତ ମାସର ସର୍ବକାଳୀନ ୫ମ ସର୍ବନିମ୍ନ ତାପମାତ୍ରା ରହିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୨୪ଘଣ୍ଟା ପରେ ରାଜ୍ୟର ଅନେକ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ। ୨ଦିନ ପରେ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଆସିବାର ସମ୍ଭାବନା ନାହିଁ।

hiring

ଦେଶର ସମତଳ ଅଞ୍ଚଳ ମଧ୍ୟରେ ଉତ୍ତରାଖଣ୍ଡ ପନ୍ଥନଗରରେ ସର୍ବନିମ୍ନ ତାପମାତ୍ରା ୨.୫ ଡିଗ୍ରୀ ଥିବାବେଳେ ଝାଡ଼ଖଣ୍ଡର ଡାଲଟନଗଞ୍ଜରେ ୩.୨, ଉତ୍ତରପ୍ରଦେଶର ଆଲିଗଡ଼ରେ ୩.୪ ଏବଂ ଓଡ଼ିଶାର ରାଉରକେଲାରେ ୩.୬ଡିଗ୍ରୀ ରହିଛି। ପାହାଡ଼ିଆ ଅଞ୍ଚଳ ମଧ୍ୟରେ ଓଡ଼ିଶାର ଘୁ.ଉଦୟଗିରିରେ ପାରଦ ୨.୬ଡିଗ୍ରୀ ଛୁଇଁଛି। ଫୁଲବାଣୀରେ ୫, ଦାରିଙ୍ଗବାଡ଼ିରେ ୬, ସେମିଳିଗୁଡ଼ାରେ ୪.୧, କୋରାପୁଟରେ ୯.୫, ନବରଙ୍ଗପୁରରେ ୭.୫, ଭବାନୀପାଟଣାରେ ୭.୮, ବଲାଙ୍ଗିରରେ ୮.୧, ସୁବର୍ଣ୍ଣପୁରରେ ୯, ସୁନ୍ଦରଗଡ଼ରେ ୬.୫, ସମ୍ବଲପୁରରେ ୯.୨, ଅନୁଗୋଳରେ ୭, କିରେଇରେ ୫.୭, କେନ୍ଦୁଝରରେ ୭.୯, ବାରିପଦାରେ ୮.୬, ରାଣୀତାଲରେ ୮.୪, କଟକରେ ୮.୬ ଏବଂ ଭୁବନେଶ୍ବରରେ ୯.୪ ଡିଗ୍ରୀ ରହିଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୋଳ ଏବଂ ଢେଙ୍କାନାଳ ଜିଲାକୁ ଶୀତ ଲହରୀ ପାଇଁ ସତର୍କ ସୂଚନା ଜାରି କରାଯାଇଛି।

hiranchal ad1
Leave A Reply

Your email address will not be published.

1 + 16 =