ମୁମ୍ବାଇ : ବିଶ୍ୱ ଟେଷ୍ଟ ଚମ୍ପିଆନ୍ସିପ୍ ଫାଇନାଲ ପାଇଁ ଆଜି ୧୫ ଜଣିଆ ଦଳ ଘୋଷଣା କରିଛନ୍ତି । ଏଥିରେ ରୋହିତ ଶର୍ମାଙ୍କୁ ଅଧିନାୟକଙ୍କୁ ଅଧିନାୟକ ଦାୟିତ୍ୱ ମିଳିଥିବା ବେଳେ ଦଳକୁ ଫେରିଛନ୍ତି ଆଜିଙ୍କ୍ୟା ରାହାଣେ । ସେହିପରି ସୂର୍ଯ୍ୟକୁମାର ଯାଦବ ତାଙ୍କର ଖରାପ ଫର୍ମ ଯୋଗୁଁ ବିଦା ହୋଇଛନ୍ତିା
ଆସନ୍ତା ଜୁନ୍ ୭ରୁ ୧୨ ତାରିଖ ଯାଏଁ ଇଂଲଣ୍ଡର ଓଭାଲ ଗ୍ରାଉଣ୍ଡରେ ବିଶ୍ୱ ଟେଷ୍ଟ ଚମ୍ପିଆନ୍ସିପ୍ (ଡବ୍ଲ୍ୟୁଟିସି)ର ଫାଇନାଲ ମ୍ୟାଚ୍ ମୁକାବିଲା ଖେଳାଯିବ । ଭାରତ-ଅଷ୍ର୍ଟ୍ରେଲିଆ ମଧ୍ୟରେ ଖେଳାଯିବ ଫାଇନାଲ ମୁକାବିଲା । ପୂର୍ବରୁ ଅଷ୍ର୍ଟ୍ରେଲିଆ ଟିମ୍ ନିଜର ୧୭ ଜଣିଆ ଟିମ୍ ଘୋଷଣା କରିସାରିଥିଲା । ଭାରତୀୟ ବୋର୍ଡ ନିଜ ଦଳ ଘୋଷଣା କରିନଥିଲା । ମଙ୍ଗଳବାର ଦିନ ବିସିସିସିଆଇ ପକ୍ଷରୁ ୧୫ ଜଣିଆ ଦଳ ଘୋଷଣା କରାଯାଇଛି । ଏଥିରେ ରୋହିତ ଶର୍ମାଙ୍କୁ ଅଧିନାୟକ ଦାୟିତ୍ୱ ମିଳିଥିବା ବେଳେ ଉପ-ଅଧିନାୟକ ପଦ କାହାକୁ ଦିଆଯାଇନାହିଁ । ତେବେ ଖରାପ ଫର୍ମ ଦେଇ ଗତି କରୁଥିବା ସୂର୍ଯ୍ୟକୁମାର ଯାଦବ ଟିମ୍ରୁ ଆଉଟ୍ ହୋଇଥିବା ବେଳେ ଆଜିଙ୍କ୍ୟା ରାହାଣେ ଦଳକୁ ଏଣ୍ଟ୍ରି କରିଛନ୍ତି ।
ଭାରତୀୟ ଦଳ- ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ଆଜିଙ୍କ୍ୟା ରାହାଣେ, ଚେତେଶ୍ୱର ପୂଜାରା, ବିରାଟ କୋହଲି, କେଏଲ ରାହୁଲ, କେଏସ୍ ଭରତ(ଉଇକେଟ କିପର), ରବିନ୍ଦ୍ର ଜାଡେଜା, ଆର୍ ଅଶ୍ୱିନ, ଅକ୍ଷର ପଟେଲ, ଶାର୍ଦୁଲ ଠାରୁର, ମହମ୍ମଦ ସିରାଜ, ମହମ୍ମଦ ସାମି, ଉମେଶ ଯାଦବ, ଜୟଦେବ ଉନାଦକତ
Sign in
Sign in
Recover your password.
A password will be e-mailed to you.