ଖୁଣ୍ଟବନ୍ଧ ମାର୍କେଟ ୟାର୍ଡ ପରିଦର୍ଶନ କରି ଚାଷୀ ମାନଙ୍କ ସହ ଆଲୋଚନା କଲେ ଓଡିଶା ବିଧାନସଭା ଗୃହ କମିଟି

0 146

ବୌଦ୍ଧ, ୨୩/୬- ଆଜି ବୌଦ୍ଧ ଜିଲ୍ଲା ଗସ୍ତରେ ଆସିଥିବା ଓଡ଼ିଶା ବିଧାନସଭା ଗୃହ କମିଟି ବୌଦ୍ଧ ବ୍ଲକ ଖୁଣ୍ଟବନ୍ଧ ମାର୍କେଟ ୟାର୍ଡ ପରିଦର୍ଶନ କରିଛନ୍ତି | ବରିଷ୍ଠ ବିଧାୟକ ଲକ୍ଷ୍ମଣ ବାଗଙ୍କ ଅଧ୍ୟକ୍ଷତାରେ ଗଠିତ ଗୃହ କମିଟିର ସଦସ୍ୟ ମାନେ ମାର୍କେଟ ୟାର୍ଡରେ ପହଞ୍ଚି ଧାନ ବିକ୍ରୟ ପାଇଁ ଆଣିଥିବା ଚାଷୀ ମାନଙ୍କ ସହ ଆଲୋଚନା କରିଥିଲେ | ଯଥାଶୀଘ୍ର ଚାଷୀ ମାନଙ୍କ ଧାନ ଉଠାଇବା ପାଇଁ ସଦସ୍ୟ ମାନେ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ | ଗୃହ କମିଟି ପରିଦର୍ଶନ ସମୟରେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀନାଥ ହାଁସଦା ଓ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ l

hiranchal ad1
Leave A Reply

Your email address will not be published.

eleven + fifteen =