ନୂଆଗାଁ ପଞ୍ଚାୟତ ସମିତି ଆନୁକୂଲ୍ୟରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ନୂଆଗାଁ ବ୍ଲକ ବିଡ଼ିଓ ଅମୃତ କୁମାର ରାଉଳ ସମେତ ସମସ୍ତ କର୍ମଚାରୀ, ନୂଆଗାଁ ଉଚ୍ଚ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ, ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ,+୩ ଡିଗ୍ରୀ କଲେଜ ଛାତ୍ର, ଛାତ୍ରୀ ଉପସ୍ଥିତ ରହିଥିଲେ। ଏହାସହ ବିଭିନ୍ନ ବିଭାଗର ମୁଖ୍ୟଙ୍କ ସମେତ ଅନ୍ୟ କର୍ମଚାରୀ ଉପସ୍ଥିତ ରହିଥିଲେ ।

ଯୋଗ ଶିକ୍ଷୟତ୍ରୀ ରୁତାଞ୍ଜଳି ପରିଡା ପ୍ରାରମ୍ଭରେ ପ୍ରାର୍ଥନା କରି ଏହି ଦିବସକୁ ଆରମ୍ଭ କରିଥିଲେ । ବିଭିନ୍ନ ଯୋଗ ମାଧ୍ୟମରେ ମଣିଷ ଶରୀର ଆରୋଗ୍ୟ ଲାଭ କରିଥାଏ । ଏହି ଉକ୍ତିକୁ ବୁଝାଇବା ସହ ବିଭିନ୍ନ ଯୋଗାସନ କରାଯାଇଥିଲା । ସମସ୍ତ ଅତିଥି ଏହି ଶିବିରରେ ଉପସ୍ଥିତ ରହି ଯୋଗର ଆବଶ୍ୟକତାକୁ ଉପଲବ୍ଧି କରିଥିଲେ । ଶେଷରେ ଶପଥ ପାଠ କରି ଶିବିର ସମାପ୍ତି ହୋଇଥିଲା ।
